Saturday , October 16 2021
Breaking News
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ଇଭିଏମ,ଭିଭିପାର୍ଟ ମେସିନ କମିଶନିଙ୍ଗ

ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ଇଭିଏମ,ଭିଭିପାର୍ଟ ମେସିନ କମିଶନିଙ୍ଗ

କେନ୍ଦ୍ରାପଡା ୦୮/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭି ପାର୍ଟ ମେସିନ ଗୁଡିକୁ କମିଶନିଙ୍ଗ କରାଯାଇ ପ୍ରତ୍ୟେକ ମେସିନକୁ ପରୀକ୍ଷା ନିରୀକ୍ଷା ପୂର୍ବକ  ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ୩୦୯ଟି ବୁଥ ନିମନ୍ତେ ପ୍ରସ୍ତୁତ ରଖାଯାଉଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ତଥା ୯୬-ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର, ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥୀ,ଗରଦପୁର ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ,ଗରଦପୁର ବିଡିଓ ଧରଣୀଧର ବେହେରାଙ୍କ ସମେତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ଥିବା  ଦେଖାଯାଇଛି  । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *