କପିଲାଭଟା, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମ ରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଭାବେ ରଞ୍ଜୁବାଲା ବେହେରା,ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା,ଝଲପ ପଂଚାୟତ ସରପଂଚ ଦଣ୍ଡାସି ବେହେରା, ବଙ୍ଗୋମୁଣ୍ଡା ରେଞ୍ଜର ରାଜୁ ବେହେରା,ଫରେଷ୍ଟର ଯୁଦ୍ଧିଷ୍ଠିର ବାରିକ,ଫରେଷ୍ଟର ଶୁଶିଲ ପୁଟା,ଦିବସ ମାଝୀ,ଫରେଷ୍ଟ ଆନନ୍ଦ ବିହାରୀ ସ୍ୱାଇଁ,ଯୁଦ୍ଧିଷ୍ଠିର ରାଉତ,ଶାନ୍ତନୁ ସିଂନିନା,କୀର୍ତିଚନ୍ଦ୍ର ସୁଆର,ସଦନ ଠେଲା ପ୍ରମୁଖ ଯୋଗ ଦେଇ ବନୀକରଣ ଏବଂ ସୁରକ୍ଷା ଆଦି ସପର୍କ ରେ ଲୋକ ମାନଙ୍କୁ ସଚେତନ କରିଥିଲେ । ପରେ ଗ୍ରାମ ର ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କରିଥିଲେ । ଓଡ଼ିଶା ସମାଚାର