ରଘୁନାଥପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶା ଜୀବୀକା ମିଶନ ପକ୍ଷରୁ ରଘୁନାଥପୁର ପଂଚାୟତ ସମିତି ସଭା କକ୍ଷରେ ପଂଚାୟତ ସ୍ତରୀୟ ସଘନ କାର୍ଯ୍ୟକ୍ରମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଓଏଲଏମ , ବିପିଏମ କଳ୍ପନା ଦଳାଇ ଙ୍କ ପରିଚାଳନାରେ ଆୟୋଜିତ ଏହି କର୍ମଶାଳାରେ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପଂଚାନନ ପଟାୟତ , ଏବିଡ଼ିଓ ଅଶୋକ କୁମାର ମହାନ୍ତି, ପିଏ ଦେବାଶ୍ରିତା ପରିଡ଼ା, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ଉଦେଶ୍ୟ ସମ୍ପର୍କରେ ବିଡ଼ିଓ ପଟାୟତ ଟିପଣୀ ରଖିଥିବାବେଳେ ଓଏଲଏମ ଜିଲା ପ୍ରକଳ୍ପ ଅଧିକାରୀ ଅଜୟ କୁମାର ନାୟକ , ଏପିଡ଼ି ସୌମ୍ୟରଂଜନ ବିଶ୍ୱାଳ ଗ୍ରାମାଂଚଳର ଏସଏଚଜି ଗୃପ ମାନଙ୍କ ପାଇଁ ଥିବା ସଘନ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ସ୍ଥାପନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଗୁଆଳିପୁର, ଛପଡ଼ା, ଏରଡ଼ଙ୍ଗା, ତରିକୁନ୍ଦ, ବରାଗୋଳ, ରେଢ଼ୁଆ, ସାଦେଇପୁର, ଧରାଧରପୁରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ପଂଚାୟତରେ ଥିବା ଏସଏଚଜି ମହିଳା ମାନଙ୍କ ମଧ୍ୟରୁ ଏକ ୫ ଜଣିଆ ଟିମ ଗଠନ କରାଯିବ । ଗ୍ରାମାଂଚଳ ମହିଳା ମାନଙ୍କ ଆର୍ଥିକ ବିକାଶ, ସ୍ୱାବଲମ୍ବୀ ହେବା ପାଇଁ ଏହି କାର୍ଯ୍ରକ୍ରମ ଯଥେଷ୍ଟ ସହାୟକ ହେବ ବୋଲି ବିପିଏମ ଦଳେଇ ପ୍ରକାଶ କରିଥିଲେ । ତେବେ ପର୍ଯ୍ୟାୟ କ୍ରମେ ସମସ୍ତ ପଂଚାୟତରେ ଏହି କାର୍ଯର୍୍ୟକ୍ରମ ଅନୁଷ୍ଠିତ ହେବ । ବ୍ଲକ୍ କୃଷି ବିଭାଗର ସମସ୍ତ ଅଧିକାରୀ, ସରପଂଚ, ସମିତି ସଭ୍ୟ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଏସଏଚଜି ସଭ୍ୟା , ଜ୍ୟୋତି ମହାସଂଘର କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର