Sunday , October 17 2021
Breaking News
Home / ଶିକ୍ଷା / ଆଜିଠାରୁ ମେଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

ଆଜିଠାରୁ ମେଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

କଟକ, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- – ସୋମବାର ଠାରୁ ମ୍ୟାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷାକୁ ସଫଳତାର ସହ କରାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି କେନ୍ଦ୍ର କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍ ସେଂଟର ଭାବେ ଚିହ୍ନଟ କରିଛି ବୋର୍ଡ । ପରୀକ୍ଷା ପାଇଁ ସବୁ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପ୍ରଶ୍ନପତ୍ର ଭାଇରାଲ୍ ଭଳି ଘଟଣା ରୋକିବାକୁ ମୋବାଇଲ୍ ଫୋନ୍ କଟକଣା ଉପରେ ଅଧିକ ଗୁରୁତ୍ୱ ଦିଆ ଯାଉଛି । ଓଡ଼ିଶା ସମାଚାର

About admin

Check Also

ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା, ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ

 କଟକ ସଦର, ୧୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ର ଛାତ୍ରୀଙ୍କୁ ନୂଆ ପରିଚୟ ଦେଵା …

Leave a Reply

Your email address will not be published. Required fields are marked *