Saturday , September 25 2021
Breaking News
Home / ଶିକ୍ଷା / କଲିଓଦା ଉପ୍ରା ବିଦ୍ୟାଳୟରେ ବନମହୋତ୍ସବ

କଲିଓଦା ଉପ୍ରା ବିଦ୍ୟାଳୟରେ ବନମହୋତ୍ସବ

ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦର ବ୍ଲକର କଲିଓଦା ଉପ୍ରାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କ ବନମହୋତ୍ସବ ସପ୍ତାହ ର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ଅନିରୁଦ୍ଧ ଦାସ,ସରସ୍ୱତୀ ପଣ୍ଡା,ସ୍ମୃତିରେଖା ମହାପାତ୍ର,ଆଦ୍ୟାରଶ୍ମୀ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଚାରା ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅଶାନ୍ତ ତେଜିଲା

ବାଲିଗୁଡ଼ା, ୨୧/୦୯/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟ ରେ ଦୀର୍ଘ ଦିନ …

Leave a Reply

Your email address will not be published. Required fields are marked *