ପାଟକୁରା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ଭିନ୍ନ ଭିନ୍ନ ସ୍ଥାନରୁ ୩ଗୋଟି ସ୍ଥାନରୁ ଗୋଖର ସାପକୁ ଗତକାଲି ଉଦ୍ଧାର କରାଯାଇ ଏକ ବଣୁଆ ସ୍ଥାନରେ ଛାଡି ଦିଆଯାଇଛି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଂଚାୟତର ତିଗିରିଆ ଗ୍ରାମର ଅରୁଣ ବାରିକ୍ଙ୍କ ଘରୁ୬ ଫୁଟ୍ ଲମ୍ବର ଏକ ଗୋଖର ସାପକୁ ଉଦ୍ଧାର କରାଯାଇଥିବା ବେଳେ, କେଶଡା ଛକରେ ଅସିତ୍ ମହାନ୍ତିଙ୍କ ସିମେଂଟ କାରଖାନାରୁ ୪ଫୁଟ୍ ଳମ୍ବର ଗୋଖର ଏବଂ ସାମନ୍ତରାପୁର ପଂଚାୟତର ଗାଞ୍ଜିପୁର ଗ୍ରାମର ନୃସିଂହ ସାହୁଙ୍କ ଘରେ ୫ଫୁଟ୍ ଲମ୍ବର ଗୋଖର ସାକୁ ଉଦ୍ଧାର କରାଯାଇଛି । ସାପଧରାଳି ପ୍ରକୃତିବନ୍ଧୁ ଉଦୟନାଥ ଚୌଧୁରୀ ୩ଗୋଟି ସ୍ଥାନରୁ ସାପଗୁଡିକୁ ଧରି ଭୁତମୁଣ୍ଡାଇ ସେତୁ ନିକଟରେ ଛାଡି ଦେଇଥିବାର ଜଣାଯାଇଛି । ଓଡ଼ିଶା ସମାଚାର