Friday , October 22 2021
Breaking News
Home / ବିଶେଷ / ‘ସବୁଜ ପରିବେଶ ପାଇଁ ଚାରାରୋପଣ ଏକାନ୍ତ ଆବଶ୍ୟକ’

‘ସବୁଜ ପରିବେଶ ପାଇଁ ଚାରାରୋପଣ ଏକାନ୍ତ ଆବଶ୍ୟକ’

ଗୁରୁଡିଝାଟିଆ, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ମଣିଷ ଭୌତିକ ଭୋଗବିଳାସ ପାଇଁ ବିକାଶ ନାମେ ବିନାଶ କରିଚାଲିଛି । ନିଜ ଇଚ୍ଛା ମୁତାବକ ପ୍ରକୃତିକୁ ଉଜାଡି ଦେଇଛି । ଏଥିପାଇଁ ପୃଥିବୀ ଉତପ୍ତବଳୟ ଭିତରେ ଘାଂଟି ହେଉଛି । ଏଥିରୁ ମୁକ୍ତି ପାଇଁ ସବୁଜ ବଳୟର ଆବଶ୍ୟକତା ରହିଛି । ସୁସ୍ଥ, ସବୁଜ ପରିବେଶ ପାଇଁ ଚାରାରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଂଟୁଣୀ ବନାଂଚଳପକ୍ଷରୁ ନୂଆପାଟଣା ଚହଟାଠାରେ ଅବସ୍ଥିତ ସେଂଟ ଫ୍ରାନସିସ୍ ଜାଭିୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଆୟୋଜିତ ବନମହୋତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୌଭାଗ୍ୟରଞ୍ଜନ ବେଉରା ଉପରୋକ୍ତ ମତପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମୀତା ଶତପଥିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଖୁଂଟୁଣୀ ବନାଂଚଳ ଅଧିକାରୀ ମାଗୁଣୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକ ଶ୍ୱେତକାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରାରେ ବୃକ୍ଷକୁ ଦେବତା ଭାବେ ପୂଜା କରାଯାଏ । ବୃକ୍ଷ ମାନବ ସମାଜର ବିକାଶ ଓ ଅଭିବୃଦ୍ଧି ଦିଗରେ ସହାୟକ ହୋଇଥାଏ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଚାରାରୋପଣକୁ ଗୁରୁତ୍ୱ ଦେଇ ଚାରାରୋପଣ କରିବା ସହ ଏହାକୁ ଯତ୍ନରେ ପାଳନ କଲେ ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସ୍ମୃତିରଞ୍ଜନ ବେଉରା ବୃକ୍ଷର ଉପକାରିତା ସମ୍ପର୍କରେ ପ୍ରକାଶ କରି ପ୍ରକୃତି ଓ ପରିବେଶ ରକ୍ଷାଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଓରନ୍ଦା ବନପାଳ ରାକେଶକୁମାର ଦଳାଇ, ଘଂଟିଖାଲ ବନପାଳ ପ୍ରଶାନ୍ତ ବେହେରା, ବନରକ୍ଷୀ ରମାକାନ୍ତ ବଳବନ୍ତରାୟ, ବିଜୟକୁମାର ମଙ୍ଗରାଜ, ନଳୀନି ବେହେରା ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମୀତା ପଣ୍ଡା, ସୁଭଦ୍ରା ସ୍ୱାଇଁ, ଶ୍ରାବଣୀ ଚୌଧୁରୀ, ମମତା ସାହୁ, ସ୍ୱପ୍ରିତା ପରିଡା, ଜୟଶ୍ରୀ ବେହେରା, ସଞ୍ଜୟକୁମାର ବରାଳ ଓ ବେଣୁଧର ବରାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଗହଣରେ ବନମହୋତ୍ସବ ପାଳନ କରିବା ସହ ଚାରାରୋପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *