Tuesday , October 26 2021
Breaking News
Home / ବିଶେଷ / ଶ୍ରୀଜଗନ୍ନାଥଙ୍କ ପୂଜା କାମରେ ଲାଗିପାରୁନି ତାଙ୍କ ଟଙ୍କା, ସରକାରୀ ଖାତାରେ ପଡ଼ି ରହିଛି

ଶ୍ରୀଜଗନ୍ନାଥଙ୍କ ପୂଜା କାମରେ ଲାଗିପାରୁନି ତାଙ୍କ ଟଙ୍କା, ସରକାରୀ ଖାତାରେ ପଡ଼ି ରହିଛି

ଭୁବନେଶ୍ୱର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ମନ୍ଦିର ମାଳିନୀ ସହରରେ ବଡଗଡ଼ ଗ୍ରାମରେ ଥିବା ପତିତପାବନ ମନ୍ଦିରର ଐତିହ୍ୟ ଏବଂ ଏହା ବହୁ ପୁରାତନ । ପୂର୍ବରୁ ଏହି ମନ୍ଦିରର ପରିଚାଳନା ତଥା ଦେବନୀତି ସମ୍ପନ୍ନ ପାଇଁ ୧୫ ଏକରରୁ ଊଦ୍ଧ୍ୱର୍ ଜମି ରହିଥିଲା । ଗ୍ରାମର ବ୍ରାହ୍ମଣମାନେ ଏହି ମନ୍ଦିର ରକ୍ଷଣା ବେକ୍ଷଣ କରିବା ସହିତ ପୂଜା ନୀତି ସମ୍ପନ୍ନ କରି ଆସୁଛନ୍ତି । ସେହିମାନଙ୍କ ଦଖଲରେ ପତିତପାବନ ମନ୍ଦିର ନାମରେ ଥିବା ସମ୍ପତି ରହି ଆସିଛି । ଠାକୁରଙ୍କ ନାମରେ ଥିବା ସମ୍ପତିି ଦେବୋତର ବିଭାଗ ଅଧିନରେ ଥିବାରୁ ଏଥିପାଇଁ ଏକ ଟ୍ରଷ୍ଟର ଆବଶ୍ୟକତା ଥିଲା ବେଳେ ୧୯୭୩ ମସିହାରୁ ଏହା ଗଠନ ହୋଇପାରିନାହିଁ । ହାଇଟେକ୍ ଛକରୁ ପୁରୀ ବାଇପାସ୍ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ମନ୍ଦିର ଜମିର କିଛି ଅଂଶ ଅଧିଗ୍ରହଣ କରାଯାଇଥିଲା । ଯେଉଁଥିପାଇଁ ଜାତୀୟ ରାଜମାର୍ଗ କର୍ତୃପକ୍ଷ କ୍ଷତିପୂରଣ ଭାବେ ପ୍ରାୟ ଦେଢ଼କୋଟି ଟଙ୍କା ମନ୍ଦିର ପାଣ୍ଠିକୁ ଦେଇଥିଲେ । ଯାହାକି ବର୍ତମାନ ସରକାରଙ୍କ ଖାତାରେ ପଡିରହିଛି । ଉଲ୍ଲେଖଯୋଗ୍ୟ, ଏହି ଅର୍ଥକୁ ସରକାରୀ ଖାତାରୁ ଆଣି ପତିତପାବନ ମନ୍ଦିରର ବିକାଶ କାର୍ଯ୍ୟରେ ଲଗାଇବା ପାଇଁ ମନ୍ଦିରର ପୂଜକ ଏବଂ ଏହି ବ୍ୟବସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଦେବୋତର ବିଭାଗ ନିକଟରେ ବାରମ୍ବାର ଦାବି ଜଣାଉଥିଲେ ବି ଦେବୋତର ବିଭାଗ ଟ୍ରଷ୍ଟ ଗଠନ ନହେଲେ ଟଙ୍କା ଦେଇ ହେବନାହିଁ ବୋଲି ଯୁକ୍ତି ଦର୍ଶାଉଛନ୍ତି । ଏନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଏବଂ ଦେବୋତର ବିଭାଗକୁ ଟ୍ରଷ୍ଟ ଗଠନ ପାଇଁ ଦୀର୍ଘବର୍ଷରୁ ଅନୁମତି ମାଗୁଥିଲେ ବି ତାହା ମିଳିପାରିନାହିଁ । ୨୦୧୬ ମସିହାରେ ଆଦେଶ ହୋଇଥିବା ଟ୍ରଷ୍ଟ ଗଠନ ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲେ ବି ଏହା ବିଫଳ ହୋଇଛି । ଅନ୍ୟପକ୍ଷରେ ଠାକୁରଙ୍କ ବହୁ ମୂଲ୍ୟବାନ ସମ୍ପତି କିଛି ମାର୍ଫତଦାରଙ୍କ ଜରିଆରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ସରକାରୀ ନିୟମର ଖୋଲା ଉଲ୍ଲଘଂନ କରାଯାଇ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ ଏନେଇ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କୁ ମନ୍ଦିର ପୂଜକଙ୍କ ପକ୍ଷରୁ ମଧ୍ୟ ଅବଗତ କରାଯାଇଛି । ସମ୍ପ୍ରତି ଏହି ମନ୍ଦିରର ପରିଚାଳନାକୁ ସୁଦୃଢ଼ କରିବା ସହିତ ରକ୍ଷଣା ବେକ୍ଷଣ ପାଇଁ ଟ୍ରଷ୍ଟର ଆବଶ୍ୟକତା ଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପତିତପାବନ ଠାକୁରଙ୍କ ଜମିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ମନ୍ଦିରର ପୂଜକ ଉଦୟନାଥ ପଣ୍ଡା ଦାବି କରିଛନ୍ତି । ଅନ୍ୟପଟେ ଏହି ସରକାର ଜାଣିଶୁଣି ଏପରି ବେଆଇନ କାର୍ଯ୍ୟ ପାଇଁ ଉତ୍ସାହିତ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଶ୍ରୀଜଗନ୍ନାଥ ଜମି ସୁରକ୍ଷା କମିଟିର ସଂଯୋଜକ ମନୋଜ ପାଢ଼ୀ କହିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ଦାମୋଦର ସାମଲଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର(ହରିଡାଦଣ୍ଡା) ଗ୍ରାମର ସମାଜସେବୀ ଦାମୋଦର ସାମଲଙ୍କ ୮୧ବର୍ଷ ବୟସରେ …

Leave a Reply

Your email address will not be published. Required fields are marked *