ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ପୋଲିସ ହାତରୁ ଏକ ଅଭିଯୁକ୍ତ ଖସିଯାଇଥିବା ଜଣାପଡିଛି ।ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅଧିନସ୍ଥ ସିଙ୍ଗାର ପୁର ଗ୍ରାମର ଅଭିମନ୍ୟୁ ସିଂହଙ୍କ ପୁଅ ସୂର୍ଯ୍ୟ ସିଂ ଗତ ୪.୬.୧୯ ତାରିଖରେ ନିଜ ସସୁରକୁ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗପାଇ ଜଗତସିଂହପୁର ପୋଲିସ ସୂର୍ଯ୍ୟ ସିଂଙ୍କୁ ଗିରଫ କରି କୋଟ ଚାଲଣ କରିଥିଲା । କୋଟରେ ତାର ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ କୋଟ ପରିସରରୁ ତାକୁ କୋର୍ଟ ଭ୍ୟାନକୁ ଆଣୁଥିବା ସମୟରେ ପୋଲିସକୁ ଧକାଦେଇ ଫେରାର ହୋଇଯାଇଥିଲା । ପୋଲିସ ଗୋଡେଇଥିଲେ ମଧ୍ୟ ସୂର୍ଯ୍ୟ ସିଂର କୌଣସି ପତାପାଇନାହିଁ । ଓଡ଼ିଶା ସମାଚାର