Thursday , December 8 2022
Breaking News
Home / ବିଶେଷ / ପବିତ୍ର ରଥଯାତ୍ରା ଅବସରରେ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖା ପକ୍ଷରୁ ସାମାଜିକ ସେବା ଶିବିର

ପବିତ୍ର ରଥଯାତ୍ରା ଅବସରରେ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖା ପକ୍ଷରୁ ସାମାଜିକ ସେବା ଶିବିର

ଭୁବନେଶ୍ୱର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ପବିତ୍ର ରଥଯାତ୍ରା ୨୦୧୯ ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଉପସ୍ଥିତ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀ ଠାରେ ଏକ ରାଜ୍ୟସ୍ତରୀୟ ସାମାଜିକ ସେବା ଶିବିରର ଉଦ୍ଘାଟିତ ହୋଇଯାଇଅଛି । ବ୍ୟକ୍ତିଗତ ସ୍ୱଚ୍ଛତା ତଥା ସ୍ୱାସ୍ଥ୍ୟ ଓ ପରିମଳ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ରେଡ଼କ୍ରସ୍ର ସଦସ୍ୟ/ସଦସ୍ୟା, ଯୁବ ରେଡ଼କ୍ରସ୍ ଏବଂ ଜୁନିଅର ରେଡ଼କ୍ରସ୍ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସାମାଜିକ ସେବା ଶିବିରକୁ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲ୍ ମହୋଦୟ ଆନୁଷ୍ଠାନିକ ଭାବେ ୩ତାରିଖ ଦିନ ଉଦ୍ଘାଟନ କରିଥିଲେ । ମାନବିକ ଧର୍ମ ଓ ଭଗବତ ଗୀତାର କର୍ମ ଯୋଗର ନିର୍ଯ୍ୟାସ ଉପସ୍ଥାପନା କରିବା ସହ ସେବା କିପରି ଉଦ୍ଦେଶ୍ୟ ରହିତ ହେବା ଉଚିତ୍ ସେହି ସମ୍ବନ୍ଧରେ ରାଜ୍ୟପାଳ ଏକ ଦାର୍ଶନିକ ତତ୍ତ୍ୱର ଆଲୋକପାତ କରିବା ସଙ୍ଗେ ସଙ୍ଗେ ରେଡ଼କ୍ରସର ସ୍ୱେଚ୍ଛାସେବୀ ମାନେ ଆନନ୍ଦ ସହକାରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ତ୍ୟାଗପୁତ ସେବା ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିôଲେ ।
ଅନ୍ୟତମ ଅତିଥିଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବ କିଶୋର ଦାସ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ଜୁନିଅର ରେଡ଼କ୍ରସ୍, କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମୀର ରଂଜନ ଦାସ, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ଯୁବ ରେଡ଼କ୍ରସ୍ କାର୍ଯ୍ୟକରିଣୀ କମିଟିର ଅଧ୍ୟକ୍ଷ ଡ. ଅରୁଣ କୁମାର ସାହୁ ଯୋଗଦେଇ ଓଡିଶା ରାଜ୍ୟ ରେଡକ୍ରସ ଶାଖାର ଏହି ସାମାଜିକ ସେବା ଶିବିରର କାର୍ଯ୍ୟକୁ ଭୁୟସି ପ୍ରଶଂସା କରିବା ସହିତ ଚଳିତ ବର୍ଷ ରଥଯାତ୍ରାରେ ନିସ୍ୱାର୍ଥପର ସେବା ଯୋଗାଇଦେବା ପାଇଁ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ମାନ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ରେଡ଼କ୍ରସ୍ ଶାଖାର ଅବୈତନିକ ସଚିବ, ମେଜର ଡ. କଳ୍ପନା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା ସଂଯୋଜିକା ସୁମିତ୍ରା ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଏହି ଅବସରରେ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା ।
ପବିତ୍ର ରଥଯାତ୍ରା ସମୟରେ ୭୦୦ରୁ ଅଧିକ ରେଡ଼କ୍ରସ୍ର ଆଜୀବନ ସଦସ୍ୟ/ସଦସ୍ୟା, ଯୁବ ରେଡ଼କ୍ରସ୍ ଓ ଜୁନିଅର ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଓ ରାଜ୍ୟ ଶାଖାର କର୍ମଚାରୀମାନଙ୍କଦ୍ୱାରା ଆଘାତପ୍ରାପ୍ତ ଭକ୍ତମାନଙ୍କୁ ଷ୍ଟ୍ରେଚର ସେବା, ପ୍ରାଥମିକ ଉପଚାର, ପାନୀୟ ଜଳ ବଂଟନ, ଜଳ ସିଂଚନ ଜନ ଗହଳି ପରିଚାଳନା, ତ୍ୱରିତ ସେବା ଦଳ, ରୋଗୀ ପରିବହନ ସେବା, ଜଳ ଓ ପରିମଳ ସଚେତନତା କାର୍ଯ୍ୟକ୍ରମମାନ ପବିତ୍ର ରଥଯାତ୍ରାଦିନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସହାୟତାରେ ପୁରୀସ୍ଥିତ ଉତ୍କଳ ହିନ୍ଦି ବିଦ୍ୟାପୀଠ, ବାଗଡ଼ିଆ ଧର୍ମଶାଳା, ମାଉସିମା ମନ୍ଦିର ଛକ, ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର, ସୁଚନା କେନ୍ଦ୍ର, ଜନତା ସିନେମା ହଲ୍, ଲାଇଟ୍ ହାଉସ୍, ସ୍ୱର୍ଗଦ୍ୱାର, ଏସ୍.ବି.ଆଇ ବଡଶଙ୍ଖ, ଜଗନ୍ନାଥ ବଲ୍ଲଭ ନିକଟ ପାର୍କିଙ୍ଗ, ଅବକାଶ ଅତିଥିଗୃହ ନିକଟ, ପଲ୍ଲିଶ୍ରୀ ମେଳା, ଗାଣ୍ଡୁଆ ଚଉରା ଛକ, ଦିଗବାରେଣୀ, ଅଠରନଳା, ତାଳବଣିଆ, ଗୋପାଳପୁର ଛକ, ମଙ୍ଗଳା ଘାଟ ଛକ ପୁରୀ ବଡ ଡାକ୍ତରଖାନା ଆଦି ସ୍ଥାନଗୁଡିକରେ ଅସ୍ଥାୟୀ ଜରୁରୀକାଳୀନ ଚିକିତ୍ସା ଶିବିର ଆୟୋଜନ କରାଯାଇ ୨୦୦୦ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁମାନଙ୍କୁ ସାମାଜିକ ସେବା ପ୍ରଦାନ କରାଯାଇଥିଲା । ତିନି ଠାକୁରଙ୍କ ରଥ ଗଡିବା ପରେ ପରେ ୧୦୦ରୁ ଉଦ୍ଧ୍ୱର୍ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ବଡଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜନସାଧାରଣ ମନରେ ବେଶ୍ ଆଦୃତ ହୋଇପାରିଥିଲା । ଯାହାଫଳରେ ସାଧାରଣ ଶ୍ରଦ୍ଧାଳୁ ସ୍ୱତଃ ଭାବେ ଏହି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଥିଲେ । ଏତତ୍ ବ୍ୟତିତ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ସ୍ନାନଯାତ୍ରା, ନେତ୍ର ଉତ୍ସବ, ଆଲାରନାଥ ଦର୍ଶନ, ନବ ଯୋ÷÷ବନ ଦର୍ଶନ, ବାହୁଡାଯାତ୍ରା ଓ ସୁନାବେଶ ରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସାମାଜିକ ସେବା ଶିବିର ଜାରିରଖିବାକୁ ସ୍ଥିର କରାଯାଇଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.