Sunday , October 1 2023
Home / ତାଜା ଖବର / ଗଛ କଟାକୁ କେନ୍ଦ୍ରକରି ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ଆହତ – ସାନଭାଇ ଗିରଫ୍

ଗଛ କଟାକୁ କେନ୍ଦ୍ରକରି ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ଆହତ – ସାନଭାଇ ଗିରଫ୍

ସାଲେପୁର,୦୭/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) :  ତାଳଗଛ କାଟିବାକୁ କେନ୍ଦ୍ରକରି ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ରକ୍ତାକ୍ତ ହେବା ଘଟଣାରେ ଆଜି ସାଲେପୁର ପୋଲିସ୍ ସାନ ଭାଇକୁ ଗିରଫ୍ କରି କୋର୍ଟ ଚାଲଣ କରିଥିବା ଜଣାଯାଇଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ପଂଚିାୟତ ରାଘବପୁର ଗ୍ରାମର ଅଜୟ ସାମଲ ଆଜି ଦିନ ପ୍ରାୟ ୧୧ଟା ସମୟରେ ନିଜ ବାଡ଼ିରେ ଥିବା ଏକ ତାଳ ଗଛକୁ କାଟୁଥିବା ସମୟରେ ବଡ଼ ଭାଇ ଅକ୍ଷୟ କୁମାର ସାମଲ ଏହାକୁ ବିରୋଧ କରିଥିଲା । ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସାନ ଭାଇ ଅଜୟ ତାଳ ଗଛ କାଟୁଥିବା ଟାଙ୍ଗିଆରେ ବଡ଼ ଭାଇ ଅକ୍ଷୟକୁ ଆକ୍ରମଣ କରିଥିଲା । ଫଳରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ବିଭିନ୍ନ ସ୍ଥାନରେ ଟାଙ୍ଗିଆ ଚୋଟ ଲାଗି ରକ୍ତସ୍ରାବ ହୋଇଥିଲା । ଏ ନେଇ ବଡ଼ ଭାଇ ଅକ୍ଷୟ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୋଲିସ୍ ଘଟଣାର ତଦନ୍ତ କରି ସାଲେପୁର ଥାନା କେଶ୍ ନଂ-୧୬୧/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଜୟକୁ ସାଲେପୁର ପୋଲିସ୍ ଗିରଫ୍ କରି   କୋର୍ଟ ଚାଲଣ କରିଥିବା ସାଲେପୁର ଆଇ.ଆଇ.ସି ଦେବେନ୍ଦ୍ର କୁମାର ମଲ୍ଲିକ୍ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *