Thursday , September 28 2023
Home / ଶିକ୍ଷା / କୁତାମଚଣ୍ଡୀ ବିଦ୍ୟାପୀଠ ରେ ବନମହୋତ୍ସବ

କୁତାମଚଣ୍ଡୀ ବିଦ୍ୟାପୀଠ ରେ ବନମହୋତ୍ସବ

ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦରବ୍ଲକର ଓଡିଶୋ ସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠରେ ଜଗତସିଂହପୁର ବନାଂଚଳପକ୍ଷରୁ ବିଦ୍ୟାଳୟର ଇକୋ କ୍ଲବ,ସ୍କାଉଟ୍ ଗାଇଡ୍ ସଙ୍ଗଠନ ଏବଂ ଜୁନିୟର ରେଡକ୍ରସ ସଂଗଠନ ସହାୟତାରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବନାଂଚଳ ବନପାଳ ରାଜେନ୍ଦ୍ର କୁମାର ସାମନ୍ତରାୟ,ବନବିଭାଗ କର୍ମଚାରୀ ସସ୍ମିତା ସାମଲ ଓ ଭଞ୍ଜକିଶୋରପାଳ ଯୋଗଦେଇଥିଲେ । ସ୍କାଉଟ୍ମାଷ୍ଟର ହରେକୃଷ୍ଣ ଲେଙ୍କାସ୍ୱାଗତ ଭାଷଣ ଦେଇଥିଲାବେଳେ ଇକୋଶିକ୍ଷକ ସୁନିଲ କୁମାର ସାହୁ ବନମହୋତ୍ସବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡିଶୋ ଉପ୍ରାବିଦ୍ୟାଳୟର ଇକୋ କ୍ଲବ ଶିକ୍ଷୟିତ୍ରୀ ରେଣୁକା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଶେଷରେ ବିଭିନ୍ନ ପ୍ରକାର ଫଳଗଛ ଆଦି ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *