ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ସଂସ୍କୃତିବିଭାଗପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନିଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ,କବିତାଆବୃତି,ବକ୍ତୃତା,ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବିଭାଗ ଯଥା ବରିଷ୍ଠ ଓ କନିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ‘କ’ବିଭାଗରେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କାଠିଆପଡାର ସପ୍ତମ ଶ୍ରେଣୀ ଛାତ୍ରୀ ବିନୋଦିନୀ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୁଦ୍ଧାନନ୍ଦ ବିଦ୍ୟାଳର ଷଷ୍ଠ ଶ୍ରେଣୀ ଛାତ୍ରୀ ଅମିଶାରଥ କବିତା ଆବୃତିରେ ପ୍ରଥମ,ବକ୍ତୃତାରେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କାଠିଆପଡାର ସପ୍ତମ ଶ୍ରେନୀର ଓମପ୍ରିୟା ନାୟକ ପ୍ରଥମ,ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳଜଙ୍ଗାର ସପ୍ତମ ଛାତ୍ର ସନ୍ଦିପ ଆଚାର୍ଯ୍ୟ ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ‘ଖ’ବିଭାଗରେ ଓଡିଶା ଆଦର୍ଶବିଦ୍ୟାଳୟ ଶାଳଜଙ୍ଗର ଅଷ୍ଟମ ସ୍ରେଣୀର ଛାତ୍ର ଅରବିନ୍ଦ ଦାସ ପ୍ରବନ୍ଧରେ ପ୍ରଥମ,କବିତା ଆବୃତିରେ ଶୁଦ୍ଧାନନ୍ଦ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୋନାଲି ମହାପାତ୍ର ପ୍ରଥମ,ବକ୍ତୃତା ରେ ତଣ୍ଡିକୂଳ ବକ୍ରେଶ୍ୱର ଉଚ୍ଚବିଦ୍ୟାଳୟର ଦଶମ ଛାତ୍ରୀ ଋତୁପର୍ଣ୍ଣା ଦାସ ପ୍ରଥମ,କଣ୍ଟାବଲଭପୁର ବାଳିକା ଉଚ୍ଚବିଦ୍ୟାଳୟର ସ୍ନେହା ସଂନ୍ଧ୍ୟା ଖଟୁଆ ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରଥମସ୍ଥାନ ଅଧିକାର କରି ମନୋନୀତ ହୋଇଥିବା କନିଷ୍ଠବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ୭.୭୨୦୧୯ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୪.୭.୨୦୧୯ତାରିଖ ଦିନ ୧୦ଟାରେ ଭୁବନେଶ୍ୱର ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନାପ୍ରଦାନ କରିଛନ୍ତି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ମହେନ୍ଦ୍ର କୁମାର ଆଚାର୍ଯ୍ୟ,ଉମାକାନ୍ତ ନାୟକ,ଜ୍ୟୋର୍ତିମୟୀ ମହାନ୍ତି,ପୀତାମ୍ବର ତରାଇ,ସୌଭାଗିନୀ ରାୟ କାର୍ଯ୍ୟ ସଂପାଦନ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ସଦସ୍ୟ ଅକ୍ଷୟ ରାଉତ ଓ ସଂସ୍କୃତି ବିଭାଗର କର୍ମଚାରୀ କବିତା ମୁର୍ମୁ,ଦିଲ୍ଲିପ ପରିଡା,ସାରଦା ପ୍ରସାଦ ସାହୁ,ରାଧାମୋହନ ଜେନା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର