Monday , October 18 2021
Breaking News
Home / ବିଶେଷ / ମିଶ୍ର ପ୍ରତିକ୍ରିୟା ଦେଲେ ନବୀନ

ମିଶ୍ର ପ୍ରତିକ୍ରିୟା ଦେଲେ ନବୀନ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ବଜେଟ ସରକାରଙ୍କ ଦୂରଦୃଷ୍ଟିର ପରିଚୟ ଦେଉଛି । ଯାହା ଦେଶ ପାଇଁ ଭଲ । ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା, ପାନୀୟ ଜଳ, ଜୀବନଜୀବିକା ମିଶନ, ମହିଳା ଶିଶୁ ବିକାଶ ବିଭାଗକୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଥିବାରୁ ତାହା ସ୍ୱାଗତଯୋଗ୍ୟ । ତେବେ ମନରେଗା, ଅନୁସୂଚିତ ଜାତି ଓ ଜନଜାତି ଏବଂ ପେନସନ୍ ଆବସଟନକୁ ନେଇ ହୋଇଥିବା ବ୍ୟୟବରାଦ ଚିନ୍ତାଜନକ । ଚଳିତ ବଜେଟରେ ରେଳ ବିଭାଗକୁ ପ୍ରଥମିକତା ଦିଆଯାଇଛି । ଓଡ଼ିଶା ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ମିଳିବା ସହ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେବାନେଇ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଚ୍ଛ ଭାରତ ମିଶନକୁ ବଜେଟରେ ଗୁରୁତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି । ହେଲେ ଏସବୁ ଯୋଜନାର ସଫଳ ରୂପାୟନ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବସଟନ କରିବାର ଆବଶ୍ୟକତା ରହିଛି । ଜାତୀୟ ରାଜପଥ ପାଇଁ ଆବସଟନ କମିବା ଅନ୍ତରାଜ୍ୟ ଯୋଗାଯୋଗ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କାଳିଆ ଯୋଜନା ଭଳି ପିଏମ କିଷାନ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଯୋଜନାରେ ସାମିଲ କରିବାର ଆବଶ୍ୟକତା ରହିଛି । ରାଜ୍ୟ କେନ୍ଦ୍ରଠାରୁ ପାଉଥିବା ଟିକସ ବ୍ୟବସ୍ଥା ମଧ୍ୟରେ ଏହାକୁ ସାମିଲ କରାଯାଇନଥିବାରୁ ରାଜ୍ୟରେ ଉପଲବ୍ଧ ଥିବା ସମ୍ବଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *