ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)-ଏହି ବଜେଟ୍ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ । ଭିତିଭୂମି ପ୍ରକଳ୍ପର ବୃଦ୍ଧି ତଥା ଏମ୍ଏସ୍ଏମ୍ଇଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ଏହି ବଜେଟ୍ଟି ଏକ ପୁଞ୍ଜିନିବେଶକ-ଆଧାରିତ ବଜେଟ୍ ଅଟେ, ଯାହା କି ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଆଞ୍ଜେଲ୍ ଟ୍ୟାକ୍ସ ଭଳି ଇନ୍ସେଂଟିଭ୍ ଏବଂ ଷ୍ଟାର୍ଟ୍- ଅପ୍ଗୁଡ଼ିକ ପାଇଁ ୨ ପ୍ରତଶତ ସୁଧହାରରେ ଆର୍ôଥକ ସହାୟତା ପ୍ରଦାନ ଆଦି ବ୍ୟବସ୍ଥା ଦୀଘକାଳୀନ ଭାବରେ ଦେଶ ପାଇଁ ବରଦାନ ସାବ୍ୟସ୍ତ ହେବା ବେଳେ କଷ୍ଟମ୍ସ ଡ୍ୟୁଟିରେ ପରିବର୍ତନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଅଧିକ ସୁଗମ କରିବ । ଗୃହ ଋଣ ଶସ୍ତା ହେବା ଦ୍ୱାରା ଏହା ରିଅଲ୍ ଇଷ୍ଟେଟ୍ ବ୍ୟବସାୟକୁ ସୁହାଇବ । ଏଥି ସହ, ଏହି ବଜେଟ୍ରେ ଗ୍ରାମୀଣ ଅର୍ଥନୀତି ଏବଂ କୃଷକ ସମୂଦାୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ୨୦୨୦ ଆର୍ôଥକ ବର୍ଷରେ ୫୦୦୦୦ ଜଣ କଳାକାରଙ୍କ ପାଇଁ ୧୦୦ଟି ନୂତନ କ୍ଲଷ୍ଟର୍ ଗଠନ କରାଯିବାର ଯୋଜନା ରହିଛି ଯାହା କି ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରିବ । ଏହି ବଜେଟ୍ରେ ତୃଣମୂଳ ସ୍ତରରେ ଅର୍ଥନୀତିକୁ ସୁଦୃଢ କରିବା ସହ ଜାତୀୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା ରହିଛି । ଜଳ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଜଳ ଶକ୍ତି ନାମକ ଏକ ନୂତନ ମନ୍ତ୍ରାଳୟ ଗଠନ କରାଯାଇଛି ଯାହା କି ସାମଗ୍ରିକ ଭାବରେ ଜଳସାଧନ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ ଆଦି ସମସ୍ତ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ । ଏହା ବାସ୍ତବରେ ସ୍ୱାଗତଯୋଗ୍ୟ । ଓଡ଼ିଶା ସମାଚାର