Sunday , May 29 2022
Home / ବିଶେଷ / ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଲା

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଲା

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଲା । ଭୁବନେଶ୍ୱର ଏଡ଼ିଜେ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ଭୁବନେଶ୍ୱରରେ ଓକିଲ ମାନଙ୍କ ଆନ୍ଦୋଳନ ଭାଙ୍ଗି ଥିଲେ ମଧ୍ୟ ଓକିଲ ମାନେ ସୋମବାର ଦିନ କୋର୍ଟରେ ଯୋଗଦେବେ । ତେଣୁ ଓକିଲ ମାନଙ୍କ ଅନୁପସ୍ଥିତିରେ ବିଧାୟକ ଶ୍ରୀ ମେହେର ନିଯେ ନିଯ ପକ୍ଷ ରଖିଥିଲେ । ଆଜି ଓକିଲମାନେ ଅନୁପସ୍ଥିତ ଥିବାରୁ ଭିଡ଼ିଓ କନଫରେନ୍ସ ମାଧମରେ ତାଙ୍କ ଜାମିନ ଆବେଦନର ଶୁଣାଣୀ କରାଯାଇଥିଲା । ତେବେ ତାଙ୍କୁ ଆଜି ସର୍ତମୂଳକ ଜାମିନ ମିଳିଛି । ୨ ଜଣ ଜାମିନଦାର ଓ ୨୫ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସେ ମାମଲାର ତଦନ୍ତ ରେ ପୋଲିସ୍ କୁ ସହଯୋଗ କରିବେ । ଯେତେବେଳେ ପୋଲିସ୍ ଡ଼ାକିବ ସେତେବେଳେ ଉପସ୍ଥିତ ହେବେ । ଅଭିଯୋଗକାରୀ କିମ୍ବା ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା ଧମକ ଚମକ ଦେବେ ନାହିଁ ବୋଲି ସର୍ତ ରଖାଯାଇଥିବା ତାଙ୍କର ଜଣେ ସକ୍ରୀୟ କର୍ମୀ ଙ୍କ ଠାରୁ ଜଣାପଡ଼ିଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଏକ ରାସ୍ତା କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗରେ ସର୍ବ ସାଧାରଣରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜୟନ୍ତ ଶବର ଙ୍କୁ ଜୁନ୍ ୫ ତାରିଖରେ ଉଠବସ କରିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ । ପତ୍ନୀଙ୍କ ଅଭିଯୋଗ ଆଧାରରେ ଗତ ଜୁନ୍ ୨୪ ତାରିଖରେ ଗିରଫ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *