Wednesday , December 8 2021
Home / ବିଶେଷ / ଦୁଇ ଘଂଟା ବର୍ଷାରେ ସାଲେପୁର ଜଳାର୍ଣ୍ଣବ -ବହୁ ଦୋକାନରେ ବର୍ଷା ଜଳ ପଶିଲା

ଦୁଇ ଘଂଟା ବର୍ଷାରେ ସାଲେପୁର ଜଳାର୍ଣ୍ଣବ -ବହୁ ଦୋକାନରେ ବର୍ଷା ଜଳ ପଶିଲା

ସାଲେପୁର,୦୬/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା):  ଶୁକ୍ରବାର ଅପରାହ୍ନରେ ଲଘୁଚାପ ଜନିତ ଦୁଇଘଂଟା ଧରି ବର୍ଷା ହେବାରୁ ସାଲେପୁର ସହରାଂଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ବର୍ଷା ଯୋଗୁ ରାସ୍ତାର ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଏହି ବର୍ଷାଜଳ ଅନେକ ଦୋକାନ ମଧ୍ୟରେ ପଶିଥିବା ଦେଖିବାକୁ ମିଳିଥିଲା । ପ୍ରକାଶାଉକି ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମାଣ ହୋଇଥିବା କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାର ଉପକଣ୍ଠ ମାଛୁଆତି ଠାରେ ଜଳନିଷ୍କାସନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଛି । ଜଳ ନିଷ୍କାସନ ପାଇଁ ରାସ୍ତାର ଡ଼ାହାଣ ପଟରେ ସବ୍- ଡ଼୍ରେନେଜ ରହିଥିବା ବେଳେ ବାମ ପଟର ଜଳ ନିଷ୍କାସନ ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ଦୋକାନରେ ପଶୁଛି ବୋଲି ବାମ ପଟରେ ଥିବା ବହୁ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ବାମ ପଟରେ ଥିବା ସୂର୍ଯ୍ୟମଣୀ କମ୍ପ୍ୟୁଟର ଦୋକାନରେ ରାସ୍ତାର ଉଦବୁତ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଦୋକାନରେ ପଶିବାରୁ ବହୁ ଜିନିଷ ନଷ୍ଟ ହୋଇଥିବା କମ୍ପ୍ୟୁଟର ଦୋକାନର ସତ୍ୱଧିକାରୀ ପ୍ରକାଶ କରିଛନ୍ତି । ରାସ୍ତା ଜଳ ନିଷ୍କାନନ କରିବା ପାଇଁ ଯୁଦ୍ଧ୍ୟକାଳୀନ ଭିତିରେ କାର୍ଯ୍ୟ କରାଯିବାକୁ ଦାବି ହୋଇଛି । ସେହିପରି କଟକ-ଚାନ୍ଦବାଲି ରାସ୍ତାର ମାଛୁଆତିର ତାରେଣୀ ଛକ ଠାରୁ କେନ୍ଦ୍ରାପଡ଼ା କେନାଲ ବନ୍ଧକୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ମଧ୍ୟ ଆଜି ଦୁଇ ତିନୋଟି ସ୍ଥାନରେ ବୁଡ଼ିଯାଇଛି । ଗତ ୪ ମାସ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ହୋଇଥିଲା । ତେବେ ରାସ୍ତା ପୁନଉଦ୍ଧାର କାର୍ଯ୍ୟରେ ଅନିୟମିତତା କାରଣରୁ ବର୍ଷାଜଳ ଜମୁଥିବା ସ୍ଥାନୀୟ ବାସୀନ୍ଦାମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *