ରଘୁନାଥପୁର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସମସ୍ୟା ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ବିଫଳ ହୋଇଛି । ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ବାସ୍ତବତା ଠାରୁ ଯଥେଷ୍ଟ ଦୂରରେ ରହିଯାଇଛି । ଏପରି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଅଧିକାରୀଙ୍କ ନିକଟରେ ବିଭିନ୍ନ ଅଭିଯୋଗ କରିବା ସହିତ କ୍ଷୋଭ ପ୍ର୍ରକାଶ କରିଛନ୍ତି । ଦୀର୍ଘଦିନ ହେଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲୋପ୍ୟାଥି ଡ଼ାକ୍ତର ନିଯୁକ୍ତି ପାଇନଥିବାରୁ ସାଧାରଣ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । କଟକ ପାରାଦୀପ ରାଜ ରାସ୍ତାର ପାଶ୍ୱର୍ବର୍ତୀ ଅଂଚଳରେ ଥିବା ଏହି ମେଡ଼ିକାଲକୁ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସିଲେ ପ୍ରାଥମିକ ଚିକିତ୍ସା ମିଳିପାରୁନଥିବାରୁ ବାଧ୍ୟ ହୋଇ ସେମାନେ ୧୪ କିମି ଦୂରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ୧୨ କିମି ଦୂରରେ ଥିବା ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବାଟରେ ଅନେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ବୋଲି ସରପଂଚ ଅଭିଯୋଗ କରିୀଛନ୍ତି । ରାଜପଥ କଡ଼ରେ ଥାଇ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଯୋଗାଇ ପାରୁନଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ କେତେ ନଥାଇ କେତେ ବୋଲି ସରପଂଚ ସ୍ୱାଇଁ ପ୍ରକାଶ କରିଛନ୍ତି । ସେହିପରି ଏଠାରେ ନିଯୁକ୍ତି ପାଇଥିବା ଆୟୁସ ଡ଼ାକ୍ତର ଏଠାକାର ପରିବେଶ, ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳର ଅବ୍ୟବସ୍ଥା, ମେଡ଼ିକାଲ ଚତୁବାଶ୍ୱର୍ରେ ପାଚେରୀ ନଥିବାକୁ ନେଇ ନିଜର ଅସନ୍ତାଷ ବ୍ୟକ୍ତ କରିଥିଲେ । ଏଠାରେ ଥିବା ଡ଼ାକ୍ତର କ୍ୱାର୍ଟର ମରାମତି କରିବା ପାଇଁ ବୈଠକରେ ଦାବି ଉପସ୍ଥାପନ କରିଥିଲେ । ଜିଲାପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବିଡ଼ିଓ ପଂଚାନନ ପଟାୟତ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ସୁକାନ୍ତ କୁମାର ଦଳେଇ, ଡ଼ାକ୍ତର ପ୍ରଭାସ ଚନ୍ଦ୍ର ସ୍ୱାଇଁ, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ, ଏବିଡ଼ିଓ ଅଶୋକ କୁମାର ମହାନ୍ତି , ବିପିଏମ ପ୍ରଭାସ ଚନ୍ଦ୍ର ତ୍ରିପାଠୀ , ସୁପରଭାଇଜର ଲିପସା ପ୍ରିୟଦର୍ଶିନୀ ଓ ଆରଡ଼ି ସରହାକରୀ ଯନ୍ତ୍ରୀ ଶିଶିର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସମସ୍ୟା ଗୁଡ଼ିକ ସମ୍ପର୍କରେ ରିଜଲ୍ୟୁସନ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଚେୟାରପର୍ସନ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର