Thursday , October 21 2021
Breaking News
Home / ଶିକ୍ଷା / କୃପାଜଳ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆଧୁନିକ ସୌରଯାନ ନିର୍ମାଣ

କୃପାଜଳ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆଧୁନିକ ସୌରଯାନ ନିର୍ମାଣ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- କୃପାଜଳ ଇଂଜିନିୟରିଂ ଶେଷ ବର୍ଷ ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ର ଛାତ୍ରୀମାନେ ଏକ ଆଧୁନିକ ସୌର ଯାନ ନିର୍ମାଣ କରିଛନ୍ତି । ଏହି ଇକୋ ଫ୍ରେଣ୍ଡଲି ଯାନକୁ ଟାଟା ଷ୍ଟିଲ ର ମୁଖ୍ୟ ମାନବ ସମ୍ବଳ ବିକାଶ ଅଧିକାରୀ ପାର୍ଥ ସାରଥି ମିଶ୍ର ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ କଲେଜର ଚେୟାରମ୍ୟାନ୍ ଡ଼ଃ ଭବାନୀ ଚରଣ ରଥ ,ଅଧ୍ୟକ୍ଷ ଡ଼ଃ ନୀରଂଜନ ମିଶ୍ର , ନିର୍ଦ୍ଦେଶକ ବିଭୁତି ଭୁଷଣ ରଥ ଉପସ୍ଥିତ ଥିଲେ । ଟାଟା ଷ୍ଟିଲ ର ମୁଖ୍ୟ ମାନବ ସମ୍ବଳ ବିକାଶ ଅଧିକାରୀ ପାର୍ଥ ସାରଥି ମିଶ୍ର ଏହି ଉଦ୍ଭାବନକୁ ପ୍ରସଂଶା କରିଥିଲେ ଓ ଏହି ସୌର ଯାନକୁ ନିଯେ ଚଳାଇ କଲେଜ ପରିକ୍ରମା କରିଥିଲେ । କଲେଜର ଚେୟାରମ୍ୟାନ୍ ଡ଼ଃ  ରଥ ଏହି ପ୍ରକଳ୍ପ ଭଳି ଆହୁରି ଅଧିକ ପ୍ରକଳ୍ପ ଭବିଷ୍ୟତରେ ଉଦ୍ଭାବନ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *