Saturday , December 4 2021
Home / ରାଜନୀତି / କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ

କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ

ସାଲେପୁର,୦୬/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା):  ଭାରତୀୟ ଜନତାପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ପରିପ୍ରେକ୍ଷିରେ ଶୁକ୍ରବାର  ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲା ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ପାଗା ସ୍ଥିତ ସୁହାନୀ ମଣ୍ଡପ ଠାରେ କଟକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଚୈାଧୁରୀ ହେମନ୍ତ ସାହୁ ଯୋଗଦେଇ ସଦସ୍ୟତା ସଂଗ୍ରହ ଅଭିଯାନର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । କଟକ ଜିଲ୍ଲା ସଦସ୍ୟତା ଅଭିଯାନର ପ୍ରଭାରୀ ଦିଲ୍ଲିପ କୁମାର ମଲ୍ଲିକ୍ , ସହପ୍ରଭାରୀ ପ୍ରକାଶ ଚନ୍ଦ୍ର ବେହେରା, ବିଜେପି ଯୁବନେତା ଶାରଦା ପ୍ରଧାନ ଯୋଗଦେଇ ସଦସ୍ୟତା ଅଭିଯାନର ସଫଳ ରୂପାୟନ ସମସ୍ତଙ୍କର ସହଯୋଗ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ବିଜେପି କେନ୍ଦ୍ରରେ ସୁଦୃଢ଼ ସରକାର ଗଠନ କରିଛି । କେନ୍ଦ୍ରରୁ ଆସୁଥିବା ଅନୁଦାନ ଜନସାଧାରଣଙ୍କ ସେବାରେ କିପରି ସଠିକ୍ ଭାବେ ବିନିଯୋଗ ହୋଇପାରିବ ସେଥିପାଇଁ ଜିଲ୍ଲା ବିଜେପିର କାର୍ଯ୍ୟକର୍ତା ଓ କର୍ମୀମାନେ ସଚେତନ ଓ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ । ଏହି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜୟ ଦଳ ବେହେରା, ଆରତୀ ବିଶ୍ୱାଳ, ପୂର୍ଣ୍ଣିମା ବସ୍ତିଆ, ସାଗରୀକା ପତି, ରେଣୁବାଳା ରାଉତ, ଲକ୍ଷ୍ମୀପ୍ରିୟା ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାଟକୁରା କଂଗ୍ରେସର କୃଷକ ବିଜୟ ଶୋଭାଯାତ୍ରା

ଗରଦପୁର, ୨୫/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କୃଷି ଆଇନ ପ୍ରତ୍ୟାହାର କରିନେବା ଦ୍ୱାରା କଂଗ୍ରେସର ବିଜୟ ସହିତ …

Leave a Reply

Your email address will not be published. Required fields are marked *