Friday , October 22 2021
Home / ବିଶେଷ / ଏଥର ଜନଗଣନା ତହସିଲ ୱାରୀ – ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ ଓ ପୁଇଁତଳାରେ ପରୀକ୍ଷା ମୂଳକ ପ୍ରୟୋଗ ହେବ

ଏଥର ଜନଗଣନା ତହସିଲ ୱାରୀ – ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ ଓ ପୁଇଁତଳାରେ ପରୀକ୍ଷା ମୂଳକ ପ୍ରୟୋଗ ହେବ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ୨୦୨୧ ରେ ହେବାକୁ ଥିବା ଜନଗଣନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ଥାନା ୱାରୀ ପରିବର୍ତେ ତହସିଲ ୱାରୀ ଜନଗଣନା କରାଯିବ । ଜିଲା ମାଜିଷ୍ଟ୍ରେଟ ଓ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟମାନେ ଜିଲାର ମୁଖ୍ୟ ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଜନଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ଘର ଗଣନା ଓ ଦ୍ୱିତୀୟ ପର୍ଯ୍ୟାୟରେ ଜନ ସଂଖ୍ୟା ଗଣନା କରାଯିବ । ୨୦୨୧ ମାର୍ଚ୍ଚ ମାସରେ ଏ ସବୁ କାର୍ଯ୍ୟ ଶେଷ କରାଯିବ । ଜନଗଣନାକୁ ସଠିକ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ମୋବାଇଲ ଆପ୍ ର ବ୍ୟବହାର କରାଯିବ । ରାଜ୍ୟର ୩ ଟି ସ୍ଥାନ ଖୋର୍ଦ୍ଦା ଜିଲାର ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଓ ବଲାଙ୍ଗୀର ଜିଲାର ପୁଇଁତଳାରେ ଜନଗଣନା କୌଶଳର ପରୀକ୍ଷା ମୂଳକ ପ୍ରୟୋଗ କରାଯିବ । ଏହି କାର୍ଯ୍ୟ ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଆରମ୍ଭ କରାଯାଇ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ କରିବାକୁ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳ ଜନ ଗଣନା ସମ୍ପର୍କରେ ପ୍ରଶାସନିକ ଓ ବୈଷୟିକ ଦିଗ ଉପରେ ଆଲୋକପାତ କରିଥିଲେ । ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରଦା କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ , ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ , ଜି ମାଥିଭାଥନନ ,ରାଜ୍ୟ ନୋଡ଼ାଲ ଅଫିସର ଶୈଳେନ୍ଦ୍ର ଦ୍ୱିବେଦୀ ଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *