Saturday , September 25 2021
Breaking News
Home / ବିଶେଷ / ୪୭୦୭ କୋଟି ଟଙ୍କା ଋଣ ଶୁଝିବେ ସରକାର 

୪୭୦୭ କୋଟି ଟଙ୍କା ଋଣ ଶୁଝିବେ ସରକାର 

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪ ହଜାର ୭୦୭ କୋଟି ଟଙ୍କାର ଋଣ ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି । ମହାଲେଖାକାରଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୭୯ ହଜାର ୮୬୬ କୋଟି ଟଙ୍କା ଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୨୩ ହଜାର ୫୮୪ କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଚଳିତ ବର୍ଷ ପାଇଁ ହୋଇଥିବା ବ୍ୟୟ ଅଟକଳ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୧୫ ହଜାର ୨୬୬ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୨୩ ହଜାର ୭୩୪ କୋଟି ଟଙ୍କା ଭରଣା ହେବ ବୋଲି ଆକଳନ କରାଯାଇଛି । ଏହି ରାଜସ୍ୱ ପ୍ରାପ୍ତିରେ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶ ୩୯ ହଜାର ୨୦୭ କୋଟି ଟଙ୍କା । ରାଜ୍ୟର ନିଜସ୍ୱ ଟିକସ ୩୩ ହଜାର କୋଟି ଟଙ୍କା, ରାଜ୍ୟ ଅଣ ଟିକସ ରାଜସ୍ୱ ୧୨ ହଜାର ୫୦୦ କୋଟି ଟଙ୍କା ଏବଂ କେନ୍ଦ୍ର ଅନୁଦାନ ୩୦ ହଜାର ୫୫୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *