ରାଜ୍ୟରେ ଏବେ ୧୫ଟି ଜିଲ୍ଲା ମାଓବାଦୀ କାର୍ଯ୍ୟକଳାପ ପ୍ରଭାବିତ ରହିଛି । ତେବେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପରେ ଦ୍ରୁତ ହ୍ରାସ ଘଟିଥିବା ଶକ୍ତ୍ରିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ମିଶ୍ର କହିଲେ ଯେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଶ୍ରେଣୀ ବିଭାଗ ଅନୁଯାୟୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଅତ୍ୟନ୍ତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ । ତେବେ ରାଜ୍ୟରେ ସକ୍ରିୟ ଓଡ଼ିଆ ମାଓବାଦୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବା ମନ୍ତ୍ରୀ କହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ମାଓବାଦୀମାନେ ମୋଟ ୧୦୫ ଜଣ ସାଧାରଣ ବ୍ୟକ୍ତିଙ୍କୁ ବିଭିନ୍ନ ଘଟଣାରେ ହତ୍ୟା କରିଥିବା ବେଳେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟ ଏବଂ ଅନ୍ୟାନ୍ୟ ଘଟଣାରେ ୮୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରୀ ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର