Tuesday , December 7 2021
Breaking News
Home / ତାଜା ଖବର / ୧୫୦ପେଟି ଚୋରାମଦ ଜବତ,ଦୁଇ ଗିରଫ,ପିକପଭ୍ୟାନ ଜବତ

୧୫୦ପେଟି ଚୋରାମଦ ଜବତ,ଦୁଇ ଗିରଫ,ପିକପଭ୍ୟାନ ଜବତ

ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତପଣ୍ଡାଙ୍କ ନିଦ୍ଦେର୍ଶ କ୍ରମେ ଜିଲ୍ଲାରେ ଚୋରାମଦକୁ କିପରି ରୋକାଯିବ ସେସଂପର୍କରେ ଅବକାରୀ ଜିଲ୍ଲା ଇନ୍ସପେକ୍ଟର ପ୍ରତାପକୁମାର ଦାସ ନିଜ ଟିମକୁ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆଜି ପୂର୍ବାହ୍ନରେ ଚଢଉ କରୁଥିବା ସମୟରେ କଟକ ଜିଲ୍ଲାର ଚୋରାଦେଶିମଦ ବୋଝେଇ ହୋଇ ଏକ ପିପଭ୍ୟାନ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳକୁ ଯାଉଥିବା ସମୟରେ ଉକ୍ତ ପିକପଭ୍ୟାନକୁ ପିଛା କରି ପିକପ ଭ୍ୟାନ ନଂଓଡି ୩୩ଆର-୩୪୧୮ କୁ ଜବତ କରିବା ସହିତ ଉକ୍ତ ଗାଡିରୁ ୧୫୦ପେଟି ଚୋରା ଦେଶି ମଦ ଜବତ କରିବା ସହ ୨ଜଣ ନାଉଗାଁଥାନା ଅନ୍ତର୍ଗତ ଜାମୁଗାଁର ଆଦର୍ଶ ରାଉତ,ବାଲିକୁଦା ଥାନା ଅନ୍ତର୍ଗତ ଆଙ୍କୁ ଗ୍ରାମର ପ୍ରଶାନ୍ତ ସାହୁଙ୍କୁ ଗିରଫ କରିଥିଲେ । ଏହି ଚଢଉରେ ସଦର ସବଇନ୍ସପେକ୍ଟର ମାନସୀ ସାହୁ,ଏ.ଏସ.ଆଇ କଳ୍ପନା ଜେନା,କନେଷ୍ଟବଳ ବିଷ୍ଣୁ ନାୟକ,ସବିତା ନାଏକ,ବିଶ୍ୱନାଥ ମୁଣ୍ଡା,ପ୍ରକାଶ ରାଉତ,ବଳରାମ ଦାସ,ସରୋଜ ସାହୁ,ମହେନ୍ଦ୍ର ରାଉତ ପ୍ରମୁଖ ଚଢଉରେ ସାମିଲ ଥିଲେ । ଉକ୍ତ ଦୁଇଜଣ ପ୍ରଶାନ୍ତ ଓ ଆଦର୍ଶକୁ କୋଟ ଚାଲଣ କରାଯାଇଥିବା ଜିଲ୍ଲା ଅବକାରୀ ସବ୍ଇନ୍ସ ପେକ୍ଟର ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *