Saturday , November 27 2021
Breaking News
Home / ବିଶେଷ /   ସିଦ୍ଧଳ ଠାରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ

  ସିଦ୍ଧଳ ଠାରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ

ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଗୁରୁବାର ଆଶାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ପବିତ୍ର ଶ୍ରୀଜିଉଙ୍କ ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା ଜଗତସିଂହପୁର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି । ଏପରିକି ଯେଉଁଠି ରଥ ଗଡୁଥିଲା ଭକ୍ତ ସେଇଠି ବଡଦାଣ୍ଡର ଅନୁଭୂତ କରିଥିଲେ । ଭକ୍ତଙ୍କ  ହରିବୋଲ, ହୁଳହୁଳି, ଶଙ୍ଖ, ଘଂଟ, ମୃଦଙ୍ଗ ନାଦରେ ଦାଣ୍ଡ ପ୍ରକମ୍ପିତ ହୋଇ ଉଠି ଥିଲା । ରଥ ଦଉଡି ଛୁଇଁବା ଲାଗି ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । କେଉଁଠି ଗୋଟିଏ ରଥରେ ତିନି ଠାକୁର ବିରଜମାନ ହୋଇଥିଲେ ତ ଆଉ କେଉଁଠି ତିନୋଟି ରଥ ତଥା ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ତିନି ଠାକୁର ଯଥାକ୍ରମେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ବିରାଜମାନ ହୋଇଥିବା ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ ଜିଲ୍ଲାର ପ୍ରସିଦ୍ଧ ଘୋଷ ଯାତ୍ରା ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସିଦ୍ଧଳ ଠାରେ ଥିବା ବହୁ ପ୍ରାଚିନ ପୀଠ ଠାରେ ଶ୍ରୀବଳଦେବ ଜୀଉଙ୍କ ମହା ସମାରୋହାରେ ଘୋଷ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି । ଏହି ଧାମରେ ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷ ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ହୋଇ ଥିଲା । ପୂର୍ବାହ୍ନରେ ରିତିବିଧି ଅନୁଯାୟୀ ଶ୍ରୀ ଜୀଉଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯିବା ପରେ ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ, ରଥ ପ୍ରତିଷ୍ଠା ଓ ପତକା ଲାଗି । ଅପରାହ୍ନରେ ତିନି ଠାକୁରଙ୍କ ପହଣ୍ଡବିଜେ, ରଥାରୋହଣ କରାଯାଇ ଥିଲା । ପରେ ଶ୍ରୀ ବଳଦେବ ଜୀଉଙ୍କ ପରମ୍ପରା ଅନୁଯାୟୀ ଠାକୁର ରାଜା ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶ୍ରୀଜୀଉଙ୍କ ସେବକ ହିସାବରେ ନାମ ସଂଙ୍କିର୍ତନ ମାଧ୍ୟମ ରଥ ଉପରକୁ ପୂଜକ ମାନେ ପାଛୋଟି ନେଇଥିଲେ । ଠାକୁର ରାଜା ରଥ ମାର୍ଜନା କରିବା ସହିତ ଛେରା ପହଁରା, ଆରତୀ ଦର୍ଶନ କରିଥିଲେ । ପରେ ଠାକୁର ରାଜା ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିଜକୁ ଶ୍ରୀଜୀଉଙ୍କ ମୂଖ୍ୟ ସେବକ ଦାୟୀତ୍ୱ ପାଇଁ ନିଜକୁ ଗର୍ବିତ ମନେ କରି ନିଜ କଣ୍ଠରେ ପ୍ରଭୂ ଜଗନ୍ନାଥଙ୍କ ଶ୍ଲୋକ ଗାନ କରି ଭକ୍ତର ଭଗବାନ ବୋଲି ପରିଚୟ ଦେଇଥିଲେ । ଏହି ଅବସରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲୁ, ଜିଲ୍ଲାସ୍ତରୀୟ ବହୁ ଅଧିକାରୀଙ୍କ ସହିତ ସଦର ଥାନା ଆଇ.ଆଇ.ସି ରଜନୀକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା  ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରଥ ଉପରକୁ ଆମନ୍ତ୍ରଣ କରାଯାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଇ ଥିଲା ।  ଏହି ଅବସରରେ ବିଭିନ୍ନ ଅଂଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ରଥରେ ତିନି ଠାକୁରଙ୍କ ବିରାଜ ମାନ ଦୃଶ୍ୟ ମନଭିରି ଉପଭୋଗ କରିଥିଲେ ଏବଂ ସର୍ବ ସାଧାରଣଙ୍କ ଭୋଗଲାଗି କରାଯାଇ ଥିଲା । ପରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ତାଣିବା ଓ ରଥର ଦଉଡି ଛୁଇଁବା ଲାଗି ଏକ ପ୍ରକାର ପ୍ରତିଯୋଗିତା ହୋଇଥିଲା । ଠେଲ ପେଲା, ହୁଳହୁଳି, ହରିବୋଲ, ଶଙ୍ଖ, ଘଂଟ ଧ୍ୱନିରେ ଜନ ସାଧାରଣ, ଭକ୍ତ ଶ୍ରଦ୍ଧାଳୁ ମାନେ ରଥକୁ ମାଉଷି ମାଁ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଯାଇ ଥିଲେ । ଶାନ୍ତ ଶୃଙ୍ଖଳା ବଜାୟ ରଖିବା ପାଇଁ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସହିତ ବ୍ୟାପକ ପୁଲିସ ଫୋର୍ସ ବ୍ୟବସ୍ଥାର ଗ୍ରହଣ କରିଥିଲେ । ଏହି ସହିତ କୁତାମଚଣ୍ଡି ବିଦ୍ୟାପୀଠର ସ୍କାଉଟ୍ ଗାଇଡ୍ ଛାତ୍ର ଛାତ୍ରୀ ମାନେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହିତ ଭକ୍ତ ମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲେ ।  । ସେହିପରି ଅଗ୍ନିଶମ ବିଭାଗ କର୍ମଚାରୀ, ଅବକାରୀ ବିଭାଗ, ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନିଜ ନିଜ କର୍ତବ୍ୟ ସମ୍ପାଦନ କରିଥିଲେ । ଜନ ସାଧାରଣଙ୍କୁ ନିଭିନ୍ନ ସମୟରେ ବିଭିନ୍ନ ସୂଚନା ଯୋଗାଇ ଦେବାପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲା ଯାଇ ଥିଲା । ଓଡ଼ିଶା ସମାଚାର

About admin

Check Also

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି …

Leave a Reply

Your email address will not be published. Required fields are marked *