Friday , September 29 2023
Breaking News
Home / ବିଶେଷ / ଶିଶୁ ସୁରକ୍ଷା କର୍ମଶାଳା

ଶିଶୁ ସୁରକ୍ଷା କର୍ମଶାଳା

କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଶିଶୁ ମଙ୍ଗଳ କମିଟି ପରସରରେ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସେବକ ସମାଜ ପକ୍ଷରୁ ଏଚଆଇଭି ଆକ୍ରାନ୍ତ ଓ ପ୍ରଭାବିତ ହୋଇଥିବା ଶିଶୁଙ୍କୁ ସରକାରୀ ସହାୟତା ଓ ସୁଯୋଗ ସଂପର୍କରେ ଆଲୋଚନା କରାଯାଥିଲା । ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷା ମନ୍ଦାକିନୀ ଜେନା ଅଧ୍ୟକ୍ଷତା କରିଥିଲେ । କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ପ୍ରଗତି ମହାନ୍ତି, ସୁରକ୍ଷା ଅଧିକାରୀ ଗୌତମ ମହାପାତ୍ର, ଶିଶୁ ମଙ୍ଗଳ କମିଟିର ସଭ୍ୟ ଅମିୟ ଭୂଷଣ ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି, ଚିତରଞ୍ଜନ ମହାନ୍ତି ଯୋଗଦେଇ ଶିଶୁମାନଙ୍କୁ କିପରି ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳିପାରିବ ସେ ସଂପର୍କରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ରାଜ୍ୟରେ ବିଜୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଏଚ୍ଆଇଭି ଆକ୍ରାନ୍ତ ଓ ସଂକ୍ରମିତ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଇଂ. ଅନ୍ୱୟ ଅଭିନବ ଗୁରୁତ୍ୱାରୋପ କରିଥିଲେ । ଏଥିରେ ରଶ୍ମିତା ପ୍ରଧାନ ପ୍ରଭାବିତ ଶିଶୁମାନଙ୍କ ଏକ ସର୍ଭେ ତାଲିକା ଉପସ୍ଥାପନ କରିଥିଲେ । କର୍ମଶାଳାରେ ସ୍ନେହମୟୀ ଦାସ, ଅବଦୁଲ ରିଆଜ ଅଲ୍ଳୀ, ଉପେନ୍ଦ୍ର ସାମଲ, ଜ୍ଞାନରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ବାସୁଦେବ ରାଉତ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *