ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ସାତ ଦଶନ୍ଧିରୁ ଭାରତର ଏକ ଅଗ୍ରଣୀ ସିମେଂଟ କମ୍ପାନୀ ଭାବେ ଖ୍ୟାତିଲାଭ କରିଥିବା ଡାଲମିଆ ସିମେଂଟ (ଭାରତ) ଲିମିଟେଡ, ଚଳିତ ରଥଯାତ୍ରାରେ ‘ରିସର୍ଜେଂଟ ଓଡ଼ିଶା’ ବିଷୟବସ୍ତୁକୁ ଉପସ୍ଥାପନ କରିଛି । ପୁରୀ ବେଳାଭୁମିରେ ନିର୍ମିତ ଏକ ଅଭିନବ ସ୍ଥାପନା ମାଧ୍ୟମରେ କମ୍ପାନୀ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ର ବିଭିଷିକା ପରେ ଅଂଚଳର ପୁନଃନିର୍ମାଣ ପାଇଁ ଡାଲମିଆ ସିମେଂଟ ଲିମିଟେଡ ଏବଂ ଓଡ଼ିଶାବାସୀ କିଭଳି ହାତକୁ ହାତ ମିଳାଇ ଠିଆ ହୋଇଛନ୍ତି ତାହା ଦର୍ଶାଯାଇଛି ।
ଏହା ଜରିଆରେ ବାତ୍ୟା ମୁକାବିଲାରେ ଓଡ଼ିଶା ବାସୀଙ୍କ ଭୂୟସୀ ପ୍ରୟାସ, ଦେଢ ଲକ୍ଷ ଲୋକଙ୍କୁ ରିଲିଫ ପ୍ରଦାନ, ବୃକ୍ଷରୋପଣ, ବାସଗୃହ ଓ ଅନ୍ୟାନ୍ୟ ମରାମତି କାମକୁ ଦର୍ଶାଯାଇଛି । ଏଥିସହ, ‘ରାଇଟ ଏ ମେସେଜ’ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟକ ମାନେ ଓଡ଼ିଶାବାସୀଙ୍କ ଏକତା ନେଇ ବାର୍ତା ଜଣାଇବାର ବ୍ୟବସ୍ଥା ଅଛି ।
ଇନ୍ଦ୍ରଜିତ ଚାଟାର୍ଜୀ, ଡାଲମିଆ ସିମେଂଟର ପୂର୍ବାଂଚଳ ସେଲସ୍ ହେଡ୍ କହିଛନ୍ତି, “ରଥଯାତ୍ରା ଓଡ଼ିଶାବାସୀଙ୍କ ମୁଖ୍ୟ ପର୍ବ । ଚଳିତ ବର୍ଷ ରାଜ୍ୟବାସୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବାରୁ ସେମାନଙ୍କର ଏହି ସଂଘର୍ଷରେ ଆମେ ନିଜକୁ ସାମିଲ କରିଛୁ । ଫନୀ ପରେ, ଓଡ଼ିଶାରେ ରିଲିଫ କାର୍ଯ୍ୟ, ବୃକ୍ଷରୋପଣ ପରି କାର୍ଯ୍ୟକରିବା ପାଇଁ ଆମ ପ୍ରୟାସ ଜାରିରହିଛି । ଯାହା ଫଳରେ ପୁଣି ଥରେ ଓଡ଼ିଶାବାସୀଙ୍କ ଜୀବନ ପୂର୍ବ ଭଳି ସ୍ୱାଭାବିକ ରହିବ । ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ । ଏହା ରାଜ୍ୟବାସୀଙ୍କ ଅପ୍ରାଣ ଚେଷ୍ଟା ପାଇଁ ଆମ ତରଫରୁ ପ୍ରଶଂସାପତ୍ର । ସାରା ବିଶ୍ୱ ଜାଣିବା ଦରକାର, କିପରି ଓଡ଼ିଶାବାସୀ କିଛି ଦିନ ତଳର କଷ୍ଟରୁ ବାହରି ଜୀବନ ଜିଇଁବାର ନୂଆ ଦିଗଦର୍ଶନ ଦେଇଛନ୍ତି । ଆମେ ଏଠି ଅଛୁ, ଓଡ଼ିଶା ସହିତ ଅଛୁ- ଜୋ ଭି ହୋ ହାଲାତ୍, ହମ୍ ହମେସା ହେ ଆପକେ ସାଥ୍” ।
ରଥ ଯାତ୍ରା ଉପଲେକ୍ଷ ପୁରୀ ବେଳାଭୁମିରେ ଡାଲମିଆ ସିମେଂଟ ଦ୍ୱାରା ଗତ ଦୁଇ ବର୍ଷରୁ ବିଭିନ୍ନ ବିଷୟ ବସ୍ତୁକୁ ନେଇ କରାଯାଉଥିବା ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି । ୨୦୧୭ ମସିହାରେ, ମହାପ୍ରଭୁ ଜଗନ୍ନାଥଙ୍କ ରଥର ଅବିକଳ ଆକୃତିର ରଥ (ନନ୍ଦିଘୋଷ) ନିର୍ମାଣ କରାଯାଇଥିଲା, ଯାହା ଭକ୍ତମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ୨୦୧୮ରେ ହକି ଷ୍ଟାଡିୟମ ଆକୃତି କରାଯାଇଥିଲା । ଯାହା ବିଶ୍ୱକପ୍ ପୁରୁଷ ହକି ଆୟୋଜନରେ ଓଡ଼ିଶାର ଅବଦାନ ପ୍ରତି ଡାଲମିଆ ସିମେଣ୍ଟର ସମ୍ମାନ । ଚଳିତବର୍ଷ ମୋ ଓଡ଼ିଶା ପୁନଃନିର୍ମିତ ବିଷୟବସ୍ତୁ ଉପରେ ନିର୍ମିତ ସ୍ଥାପନା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏହି ବିଷୟବସ୍ତୁ କୁ ନେଇ ପର୍ଯ୍ୟଟକଙ୍କ ପାଇଁ ଏକ ସେଲଫି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି । ପର୍ଯ୍ୟଟକ ମାନେ ସେଲଫି ନେଇ ଫେସବୁକ ପେଜରେ ଅପଲୋଡ କରି ବିଭିନ୍ନ ଉପହାର ପାଇପାରିବେ । ଓଡ଼ିଶା ସମାଚାର