ପାଟକୁରା ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଏକ କାମୁଡା ମାଙ୍କଡକୁ କାବୁ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଗତ ଦୁଇ ଦିନ ଧରି ଜଙ୍ଗଲ ବିଭାଗ ଅଫିସ୍ରୁ କର୍ମଚାରୀମାନେ ଘଟଣାସ୍ଥଳରୁ ମାଙ୍କଡ ଧରି ନ ପାରି ଫେରି ଯାଉଥିବାର ଜଣାଯାଇଛି । ପ୍ରକାଶ ଯେ, ପାଟକୁରା ଥାନା ଅନ୍ତର୍ଗତ ମଧୁଶାସନ ପଂଚାୟତର ଚାଟରା ଗ୍ରାମରେ ଗତ କିଛି ଦିନ ହେଲା ଏକ ମାଙ୍କଡଦଳ ଉତ୍ପାତ କରୁଥିବାବେଳେ,କେତେକ ସମୟରେ ବିଭିନ୍ନ ଲୋକମାନଙ୍କୁ ଆକ୍ରମଣ କରୁଥିବା ସମ୍ପର୍କରେ ଗ୍ରାମର ଲୋକମାନେ ସରପଂଚଙ୍କ ମାଧ୍ୟମରେ କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ଜିଲାପାଳ ଉତ୍ପାତ ସୃଷ୍ଟି କରୁଥିବା ମାଙ୍କଡମାନଙ୍କୁ ଧରିବା ପାଇଁ ସମ୍ପୃକ୍ତ ଗ୍ରାମର ଲୋକମାନଙ୍କୁ କେନ୍ଦ୍ରାପଡା ଠାରେ ଥିବା ସମ୍ପୃକ୍ତ ରେଞ୍ଜ ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିଲେ । କେନ୍ଦ୍ରାପଡା ରେଞ୍ଜ ଅଫିସ୍ର କର୍ମଚାରୀମାନେ ଗତକାଲି ସମ୍ପୃକ୍ତ ଗ୍ରାମକୁ ଯାଇ ମାଙ୍କଡ ଧରି ନ ପାରି ଫେରିଆସିଥିବାବେଳେ,ଆଜି କେନ୍ଦ୍ରାପଡା ରେଞ୍ଜ କର୍ମଚାରୀ ଓ ସୁକିନ୍ଦା ରେଞ୍ଜ ଅଧିନରେ ଥିବା କର୍ମଚାରୀମାନେ ସମ୍ପୃକ୍ତ ଗ୍ରାମକୁ ଆସି ମାଙ୍କଡମାନଙ୍କୁ କାବୁ ନ କରି ଫେରି ଯାଇଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ କୁଷଳୀ ମାଙ୍କଡ ଧରାଳି ନ ଥିବାରୁ କେବଳ ଲୋକ ଦେଖାଣିଆ ଭାବରେ ଅନଭିଜ୍ଞ କର୍ମଚାରୀ ମାନେ ଆସୁଥିବା ନେଇ ଗ୍ରାମର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ସମାଚାର