ସାଲେପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା )- ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଛାଶକ୍ତି ଅଭାବରୁ ଦୀର୍ଘ ଦିନ ହେବ ଝାଙ୍କିଡ଼େଇ କିଶୋରନଗର ରାସ୍ତା ମରଣଯନ୍ତା ପାଲଟିଛି । ସାମନ୍ୟ ବର୍ଷା ହେଲେ ୪ଚକିଆ ଯାନତ ଦୂରର କଥା ସାଇକେଲରେ ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏପରିକି ସାମନ୍ୟ ବର୍ଷା ହେଲେ ଛୋଟଛୋଟ ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ ରାସ୍ତା ଦେଇ ସ୍କୁଲ ଯିବା ପାଇଁ ନାହିଁ ନଥିôବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଦ୍ୱିପାଂଚଳ ତରିତୋ ପଂଚାୟତର ଝାଙ୍କିଡ଼େଇ ଗଡ଼ା ଠାରୁ କିଶୋରନଗର ବ୍ରିଜ୍ ପର୍ଯ୍ୟନ୍ତ ଗ୍ରାମ୍ୟ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଗୋଡ଼ି ମୁଠାଏ ପଡ଼ିବା ଦୂରର କଥା ମାଟି ମୁଠାଏ ମଧ୍ୟ ପଡ଼ିନାହିଁ । ଫଳରେ ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଫଳରେ ଅଧିକାଂଶ ସମୟରେ ପଥଚାରୀମାନେ ଏହି ଗର୍ତରେ ପଡ଼ି ଲହୁଲୁଡାଣ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଉପରେ ୪ଟି ପଂଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ଲୋକେ ଜଗତସିଂହପୁର ଜିଲ୍ଲାକୁ ସାଲେପୁର ଅଂଚଳକୁ ଯାତାୟତର ମୁଖ୍ୟ ରାସ୍ତା । ଏହି ରାସ୍ତାଟି ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିôାରୁ ଆମ୍ବୁଲାନ୍ସ , ଦମକଳ ଓ ସ୍କୁଲ ଗାଡ଼ି ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛି । ବର୍ଷାରେ ଦିନେ ଏହି ରାସ୍ତାରେ ସୃଶ୍ଟି ହୋଇଥିବା ଗର୍ତମାନଙ୍କରେ ବର୍ଷାପାଣି ପରିପୂର୍ଣ୍ଣ ହୋଇରହିଛି । ଫଳରେ ଏହି ଗର୍ତରେ ପଡ଼ି ବାଟୋଇମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ରା ଏହି ରାସ୍ତା ସମସ୍ୟାରେ ସ୍ଥାନୀୟ ଜନସାଧାରଣ ପ୍ରଶାସନି ଅଧବକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାମାନଙ୍କୁ ଅବଗତ କଲେ ମଧ୍ୟ ଏଦିଗରେ ଏହି ଦୃଷ୍ଟି ଦେଉନାହାନ୍ତି । ପୂର୍ତବିଭାଗ ମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ଓଡ଼ିଶା ସମାଚାର