ସାଲେପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା )- ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ରଥଯାତ୍ରାରେ ନିର୍ମାଣ ହେଉଥିବା ରଥ କାଠରେ ନିର୍ମାଣ ହେଉଥିବା ବେଳେ ସାଲେପୁରରେ ଏଭଳି ଏକ ଜଗନ୍ନାଥଙ୍କ ମନ୍ଦିର ଅଛି ଯେଉଁଠି ଜଗନ୍ନାଥଙ୍କ ରଥ ଲୁହାରେ ନିର୍ମାଣ ହେଉଛି । ଲୁହାରେ ନିର୍ମିତ ହେଉଥିବା ଉକ୍ତ ରଥରେ ଚର୍ତୁଦ୍ଧା ମୂର୍ତିଙ୍କୁ ପହଣ୍ଡିରେ ବିଜେ କଲାପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଲୁହା ରଥକୁ ଟାଣିଲେ ଭକ୍ତମାନଙ୍କର ମନବାଞ୍ଛା ଚକାଡ଼ୋଳା ପୂର୍ଣ୍ଣ କରନ୍ତି ବୋଲି ବିଶ୍ୱାସ ଅଛି । ଉକ୍ତ ବିଶ୍ୱାସକୁ ଆଧାର କରି ଭକ୍ତମାନେ ପ୍ରତି ବର୍ଷ ଏହି ଲୁହା ରଥ ଟାଣିବାକୁ ଭିଡ଼ ଜମାଇ ଥାନ୍ତି । ଏହି ରଥ ପ୍ରାୟ ୨୦ ବର୍ଷରୁ ଉଦ୍ଧ୍ୱର୍ ହେବ ସାଲେପୁର ବ୍ଲକ୍ ପୁରୁଷୋତ୍ତମପୁର କନକ ଦୁର୍ଗା ପୀଠରୁ ଅନୁଷ୍ଠିତ ହୋିଇ ଆସୁଛି । ଏହି ରଥର ଉଚ୍ଚତା ୨୫ଫୁଟ ହୋଇଥିବା ବେଳେ ୬ଟି ଲୁହା ଚକ ରହିଅଛି । ଏହି ରଥକୁ ଟାଣିବା ଓ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଥାଏ । ଓଡ଼ିଶା ସମାଚାର