Wednesday , January 19 2022
Breaking News
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ଆଦର୍ଶ ଆଚ୍ଚରଣବିଧି ଲାଗୁ ହେଲା – ନିର୍ବାଚନ ୨୦ରେ

ପାଟକୁରା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ଆଦର୍ଶ ଆଚ୍ଚରଣବିଧି ଲାଗୁ ହେଲା – ନିର୍ବାଚନ ୨୦ରେ

କେନ୍ଦ୍ରାପଡା, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ୨୦ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରେସବିଜ୍ଞପ୍ତି ପ୍ରକାଶ ପାଇଥିବା ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ କହିଥିଲେ ଯେ ୨୪ତାରିଖରେ ଭୋଟ ଗଣନା କାର୍ଯ୍ୟ ଶେଷ କରାଯାଇ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୩୦୯ । ଏଥିପାଇଁ ୩୦ଜଣ ସୁପରଭାଇଜର ଏବଂ ୩୦ଜଣ ସେକ୍ଟର ଅଫିସର ଓ ସେକ୍ଟର ପୁଲିସ ଅଫିସର ନିଯୁକ୍ତି ପାଇବେ । ସମସ୍ତ ମତଦାନ କେନ୍ଦ୍ରରେ ର‌୍ୟାମ୍ପଥିବା ସହିତ ପାନୀୟ ଜଳ, ବିଦ୍ୟୁତ ସେବା, ଶୌଚାଳୟ ଏବଂ ଆନୁସଙ୍ଗିକ ଟେବୁଲ ଓ ଚେୟାର ମହଜୁଦ ଥିବା ଶ୍ରୀ ବର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀର ଭୋଟଦାତାଙ୍କ ସଂଖ୍ୟା ୨ଲକ୍ଷ ୪୪ହଜାର ୭୪୭ । ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧ଲକ୍ଷ ୨୭ହଜାର ୪୩୧ ଏବଂ ମହିଳାମାନଙ୍କ ସଂଖ୍ୟା ୧ଲକ୍ଷ ୧୭ହଜାର ୩୦୬ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ଭିସ ମତଦାତାଙ୍କ ସଂଖ୍ୟା ୬୩୨ । ସେମାନଙ୍କ ମଧ୍ୟରୁ ୨୪ଜଣ ମହିଳା ଅଛନ୍ତି । ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଥିବାରୁ ସାରା ଜିଲାରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣବିଧି ଲାଗୁ ହେବା ସହିତ ବିଭିନ୍ନ ବ୍ଲକ,ଦୁଇଟି ପୌରସଂସ୍ଥା ଏବଂ ସମସ୍ତ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ରେଜିଷ୍ଟରଗୁଡିକ ଗୁରୁବାର ସନ୍ଧ୍ୟାସୁଦ୍ଧା ଜବତ କରାଯିବା ସହିତ ବରିଷ୍ଠ ଅଧିକାରୀମାନେ ସେହି ରେଜିଷ୍ଟର ଗୁଡିକରେ ସ୍ୱାକ୍ଷର କରିବେ ବୋଲି ଜିଲାପାଳ ଶ୍ରୀ ବର୍ମା ସୂଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ଉପଜିଲାପାଳ ସଂଜୟ କୁମାର ମିଶ୍ର ଏବଂ ଜିଲା ନିର୍ବାଚନ ଅଧିକାରୀ ଜ୍ୟୋତି ମହାପାତ୍ର ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *