ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ସ୍ଥାନୀୟ ଗୋପାଳସାଗର ସ୍ଥିତ ମାର୍କେଣ୍ଡଶ୍ୱର ମନ୍ଦିର ପରିସରରେ ପତିତପାବନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଘୋଷଯାତ୍ରା ଅବସରରେ ଠାକୁରଙ୍କ ରିତିନିତୀ ଅନୁଯାଇ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା । ଏହି ଉତ୍ସବ ଉପଲକ୍ଷେ ନାମଯଜ୍ଞ,ସଂକୀର୍ତନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ସୁକାନ୍ତ କୁମାର ନନ୍ଦିଙ୍କ ଆପ୍ରାଣ ଉଦ୍ୟମ ତଥା ଗ୍ରାମବାସୀ ଙ୍କ ପ୍ରତ୍ୟକ୍ଷ ସହଯୋଗିତାରେ ପତିତପାବନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ବହୁଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ କୃପାଲାଭ କରିବା ସହ ପ୍ରସାଦ ସେବନ କରିଥିଲେ । ଓଡ଼ିଶା ସମାଚାର