ଦାବି ପୂରଣ ପାଇଁ କରିପାରିବେନି ଆନ୍ଦୋଳନ ଓ ସ୍କୁଲ ବନ୍ଦ
ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଏଣିକି ଧାରଣାରେ ବସି ପାରିବେନି ନୂଆକରି ଚାକିରିକରିବାକୁ ଥିବା ସ୍କୁଲ ଶିକ୍ଷକ । ସେମାନେ ଚାକିରୀରେ ଯୋଗ ଦେବା ପୂର୍ବରୁ ଏଭଳି କେତେକ ସର୍ତରେ ସ୍ୱାକ୍ଷର କରିବେ । ନଚେତ ସେମାନଙ୍କୁ ଚାକିରୀ ହରାଇବାକୁ ପଡ଼ିବ । ସରକାରଙ୍କ ନୂଆ ନିୟମରେଏଭଳି ସର୍ତ ଆରୋପ କରାଯିବ । ବିଭିନ୍ନ ସମୟରେ ଶିକ୍ଷକମାନେ ଦାବି ପୂରଣ ପାଇଁ ସ୍କୁଲ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଫଳରେସ୍କୁଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା ସହ ପିଲାଙ୍କପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହିସମସ୍ୟା ପିଲାମାନଙ୍କ ଭବିଷ୍ୟତ ସହ ଜଡ଼ିତ ଥିବାରୁ ସରକାର ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିପାଇଁ ଶିକ୍ଷକ ନିଯୁକ୍ତି ସମୟରେ ସେମାନେ ଧାରଣା କିମ୍ବା ରାଲି ପାଇଁ ସ୍କୁଲ ବନ୍ଦକରିପାରିବେ ନାହିଁ ବୋଲି ଏକ ରାଜିନାମାରେ ସ୍ୱାକ୍ଷରକରିବେ । ଯଦି ଏହା ସତ୍ୱେ ସେମାନେ ଆନ୍ଦୋଳନକୁଓହ୍ଲାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ । ଆବଶ୍ୟକ ହେଲେ ସରକାର ସମ୍ପୃକ୍ତ ଶିକ୍ଷକଙ୍କୁ ଛଟେଇ କରିପାରିବେ । ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇ ଁଖୁବଶୀଘ୍ର ସରକାର ଏକ କମିଟି ଗଠନ କରିବେ । କମିଟିର ସଦସ୍ୟମାନେ ଶିକ୍ଷକଙ୍କ ନିଯୁକ୍ତି ଏବଂ ରାଜ୍ୟରେ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ଅନୁଧ୍ୟାନକରିବେ । ଠିକ୍ ସମୟରେ ଯେପରି ଶିକ୍ଷକଙ୍କୁ ନ୍ୟାୟ ମିଳିବ ସେ ଦିଗରେ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ । ତେବେ ଶିକ୍ଷାଦାନ ଭଳି ମୁଖ୍ୟ ଲକ୍ଷ୍ୟଠାରୁ ଯେପର ିଶିକ୍ଷକମାନେ ଓହରି ନ ଯାଆନ୍ତି ସେନେଇ ଅନେକସମୟରେ ଶିକ୍ଷକଙ୍କ ସହ ଆଲୋଚନା କରାଯିବ । ଶିକ୍ଷକମାନେ ମଧ୍ୟ ସେମାନଙ୍କର ସମସ୍ୟା ସମ୍ପର୍କରେ ସିଧାସଳଖ ବିଭାଗକୁ ଅବଗତ କରିପାରିବେ । ସେଥିପାଇଁ ବିଇଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ କମିଟିର ସଦସ୍ୟଙ୍କ ଆଲୋଚନା ଶେଷ ହେବା ପରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟ ପ୍ରସ୍ତୁତ କରାଯିବ । ସେହିଫର୍ମାଟରେ ଶିକ୍ଷକମାନେ ସେମାନଙ୍କର ସମସ୍ୟା ତଥା ଅଭିଯୋଗ ସରକାରଙ୍କୁ ଜଣାଇବେ । ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ,ନିଜର ହକ୍ ପାଇବାରୁ ବଂଚିତ ହେଲେ ପ୍ରତ୍ୟେକ କର୍ମଚାରୀଙ୍କର ସ୍ୱର ଉତୋଳନ କରିବାର ଅଧିକାରରହିଛି । ଶିକ୍ଷକଙ୍କ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତାଯୁକ୍ତତିନି ଥିବା ବେଳେ ଶିକ୍ଷକ ନିଯୁକ୍ତି ପାଇବା ପରେ ପିଜି କରିବାକୁ ଅନେକ ଶିକ୍ଷକ ଆବେଦନ କରିଥାନ୍ତି । ସେହି ଆବେଦନ ଉପରେ ଯଦି ବିଭାଗ ପକ୍ଷରୁ କିଛି ଆପତି ଉଠାଯାଏ ତେବେ ସମ୍ପୃକ୍ତ ଶିକ୍ଷକ ସରକାରଙ୍କ ବିରୋଧି ପାଲଟି ଯାଇଥାନ୍ତି । ସେହିପରି କିଛି ଛୋଟଛୋଟ ପ୍ରସଙ୍ଗରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାର ଧମକ ଦେଇଥାନ୍ତି । ତେଣୁ ରାଜ୍ୟରେ ପିଲାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଶିକ୍ଷକଙ୍କ ଶିକ୍ଷାଦାନ ଏବଂ କାର୍ଯ୍ୟକଳାପ ଉପରେ ଏଣିକି ତିକ୍ଷ୍ଣ ନଜର ଦିଆଯିବ । ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନରେ ଯେପରି ବ୍ୟାଘାତ ସୃଷ୍ଟି ନହୁଏ ସେ ନେଇଏଣିକି ଯେଉଁମାନଙ୍କୁ ନବ ନିଯୁକ୍ତି ମିଳିବ ସେମାନଙ୍କୁ ପ୍ରାରମ୍ଭରୁ ସତର୍କ କରାଯିବ । ସରକାରଙ୍କନିୟମ ମଧ୍ୟରେ କାର୍ଯ୍ୟ କରିବା ସହ ଶିକ୍ଷାଦାନକୁ ଗୁରୁତ୍ୱ ନଦେଲେ ଶିକ୍ଷକ ଚାକିରୀ ହରାଇବାରଯଥେଷ୍ଟ ସମ୍ଭାବନା ରହିଛି । ଓଡ଼ିଶା ସମାଚାର