Sunday , July 3 2022
Home / ବିଶେଷ / ଜଙ୍ଗଲ ବିଭାଗରେ ୫୭୦୫ ପଦ ଖାଲି  

ଜଙ୍ଗଲ ବିଭାଗରେ ୫୭୦୫ ପଦ ଖାଲି  

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ମୋଟ ୫୭୦୫ଟି ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ଅଣ ତାରକା ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଗ୍ରୁପ-ଏ ବର୍ଗରେ ମୋଟ ୫୩୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିଲା ବେଳେ ୮୭ଟି ପଦବୀ ଖାଲି ପଡ଼ିଛି ।

ସେହିପରି ଗ୍ରୁପ-ବି ବର୍ଗରେ ମୋଟ ୭୪୪ଟି ପଦବୀରୁ ୪୯୨ଟି, ଗ୍ରୁପ-ସି ବର୍ଗରେ ୧୦୩୦୯ଟି ପଦବୀରୁ ୪୯୭୮ଟି ଏବଂ ଗ୍ରୁପ-ଡି ବର୍ଗରେ ୮୬୩ଟି ପଦବୀରୁ ୫୭୦୫ଟି ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା

ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …

Leave a Reply

Your email address will not be published. Required fields are marked *