Wednesday , January 19 2022
Breaking News
Home / ବିଶେଷ / ଗରଦପୁର ଅଂଚଳରେ ଶ୍ରୀ ଗୁଣ୍ଡିଚା ଯାତ୍ରା

ଗରଦପୁର ଅଂଚଳରେ ଶ୍ରୀ ଗୁଣ୍ଡିଚା ଯାତ୍ରା

ଗରଦପୁର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ହରିହର କ୍ଷେତ୍ର ମାହାଳ ଶ୍ରୀଜଗନ୍ନାଥ ମନ୍ଦିର ଓ ଗରଦପୁରର ବଳଦେବଜୀୟୁ ମନ୍ଦିରରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀୟୁମାନଙ୍କ ମଧ୍ୟାହ୍ନ ନୀତି ପରେ ସୁଦର୍ଶନଙ୍କୁ ପହଣ୍ଡି କରି ମା’ ସୁଭଦ୍ରାଙ୍କ ରଥରେ ରଥାଋଢ କରିବା ପରେ ବଡଭାଇ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କୁ ଆଲଟ ଚାମର ହଲାଇ ସେବାୟତଙ୍କ ଦ୍ୱାରା ଶ୍ରୀଜୀୟୁଙ୍କୁ ଧାଡି ପହଣ୍ଡି କରାଯାଇ ରଥାଋଢ କରାଯାଇଥିଲା । ମାହାଳ ଜଗନ୍ନାଥ ମନ୍ଦିରର ରଥରେ ଠାକୁର ରାଜା ପ୍ରଶାନ୍ତ ନାୟକ ଛେରାପହଁରା କରିଥିବାବେଳେ ଗରଦପୁର ବଳଦେବଜୀୟୁ ରଥରେ ପ୍ରଶନ୍ନ ପଣ୍ଡା ଓ ଶୁଭମ ପାଣି ଛେରାପହଁରା କରିଥିଲେ । ଏହାପରେ ରଥମାନଙ୍କରେ ଘୋଡା ଯୋଚା ଯାଇ ପୂଜାର୍ଚ୍ଚନା କରାଯାଇ ରଥଟଣା ଆରମ୍ଭ ହୋଇଥିଲା । ପରମ୍ପରା ଅନୁଯାୟୀ ମାହାଳରେ ସୁଭଦ୍ରାଙ୍କ ରଥଙ୍କୁ ମହିଳାମାନେ ଟାଣିଥିଲେ । ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ଗରଦପୁର ଦାୟିତ୍ୱରେ ରହିଥିଲେ । ମାହାଳରେ ଡି.ଏସ୍.ପି ଶୁଭେନ୍ଦୁ ସିହ୍ନା ଓ କୁଦାନଗରୀ ଫାଣ୍ଡି ଅଧିକାରୀ ମହମ୍ମଦ ଜାମ୍ସେଦ୍ ଉପସ୍ଥିତ ଥିବାବେଳେ ଗରଦପୁରରେ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫୋର୍ସ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ୱେବ୍ ସିରିଜ୍ ମିଷ୍ଟର ଟୁକ୍ ଟୁକ୍ ର ତୃତୀୟ ଭାଗ ଉନ୍ମୋଚିତ

Leave a Reply

Your email address will not be published. Required fields are marked *