ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜଧାନୀରେ ହତ୍ୟା କାଣ୍ଡ । ବମିଖାଲ ଓଭର ବ୍ରିଜ୍ ନିକଟରେ ରାସ୍ତା ଉପରେ ପଡ଼ିଛି ଜଣେ ଯୁବକଙ୍କ ମୃତ ଦେହ । ସକାଳୁ ସକାଳୁ ବମିଖାଲ ଓଭର ବ୍ରିଜ୍ ନିକଟରେ ରାସ୍ତା ଉପରେ ଏକ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖି ଲୋକେ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ । ଲକ୍ଷ୍ମୀସାଗର ଥାନା ପୋଲିସ୍ ପହଂଚି ଛାନଭିନ୍ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକ ସଂଜୟ ନାୟକ । ସେ ଏକ ଫାଷ୍ଟଫୁଡ଼ ଦୋକାନରେ କାମ କରନ୍ତି । ତାଙ୍କ ଘର ବଡ଼ାମ୍ବା ନରସିଂହପୁର ଅଂଚଳରେ । ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ୍ ତାଙ୍କ ପରିବାର ସହିତ ଯୋଗାଯୋଗ କରୁଛି । ପୂର୍ବ ଶତୃତାରୁ ଯୁବକଙ୍କୁ ହତ୍ୟା କରାଯାଇ ଏଠାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତ ଦେହର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦୃଷ୍ଟିକୁ ଆସିଛି । ପୋଲିସ୍ ସଂଜୟ କାମ କରୁଥିବା ଫୁଡ଼ ଫ୍ୟାକ୍ଟ୍ରି ମାଲିକଙ୍କ ସହିତ ଯୋଗାଯୋଗ କରିବା ସହିତ ସାଇଂଟିଫିକ୍ ଟିମ୍ ମଗାଇଛି । ମୃତ ସଂଜୟଙ୍କ ପରିବାର ଲୋକ ପୋଲିସ୍ ଠାରୁ ଖବର ପାଇ ଆସୁଛନ୍ତି । ଓଡ଼ିଶା ସମାଚାର
