Friday , September 22 2023
Breaking News
Home / ତାଜା ଖବର / ଖବର ଏବେ ଏବେ: କୁଅରେ ପଡ଼ି ଜଣେ ମହିଳା ଓ ଜଣେ ଯୁବକ ଙ୍କ ମୃତ୍ୟୁ

ଖବର ଏବେ ଏବେ: କୁଅରେ ପଡ଼ି ଜଣେ ମହିଳା ଓ ଜଣେ ଯୁବକ ଙ୍କ ମୃତ୍ୟୁ

ଢ଼େଙ୍କାନାଳ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- କୁଅରେ ପଡ଼ି ଜଣେ ମହିଳା ଓ ଜଣେ ଯୁବକ ଙ୍କର ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ରସାଳୋ ଥାନା ଅନ୍ତର୍ଗତ ଗୁଆଘରିଆ ଗାଁ ଏହି ଘଟଣା ଘଟିଛି । ଗୁଆଘରିଆ ଗାଁ ର ନଳିନୀ ନାୟକ ନାମକ ଜଣେ ମହିଳା ତାଙ୍କ ପଡ଼ୋସୀ ଙ୍କ କୁଅ ରୁ ପାଣି କାଢ଼ୁଥିବାବେଳେ କୁଅରେ ଗଳି ପଡ଼ିଥିଲେ । ତେବେ ସେହି ଗାଁ କୁ ପଡ଼ୋସୀ ଘରକୁ ତାଳଚେର କଙ୍ଗପୋଲ ଅଂଚଳର ଆକାଶ ନାୟକ ବନ୍ଧୁ ଭାବେ ଆସିଥିଲେ । ସେ କୁଅରେ ଜଣେ ମହିଳା ପାଣି କାଢ଼ୁଥିବାବେଳେ କୁଅରେ ଗଳିପଡ଼ିଥିବା ସ୍ୱଚକ୍ଷୁରେ ଦେଖି ମହିଳାଙ୍କୁ କୁଅରୁ ଉଦ୍ଧାର କରିବା ପାଇଁ ଯାଇ ସେ ମଧ୍ୟ କୁଅରେ ଗଳିପଡ଼ିଥିଲେ । ଉଭୟଙ୍କୁ କୁଅରୁ ଉଦ୍ଧାର କରାଯାଇ ହସପିଟାଲକୁ ନିଆଯାଇଥିଲା । ହେଲେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *