Sunday , October 24 2021
Breaking News
Home / ବିଶେଷ / ଓଡିଶୋ ଠାରେ ଘୋଷ ଯାତ୍ର ମହାସମାରୋହରେ ଅନୁଷ୍ଠିତ

ଓଡିଶୋ ଠାରେ ଘୋଷ ଯାତ୍ର ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ସଦର ବ୍ଲକ ଅନ୍ତର୍ଗତ ଓଡିଶୋ ପଂଚାୟତ ଠାରେ ରଥଯାତ୍ର ଅନୁଷ୍ଟିତ ହୋଇ ଯାଇଛି । ଏହି ଠାରେ ଦଶ ବର୍ଷ ତଳେ ଜଣେ ବୟଷ୍କ ମହିଳା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ବୃହତ ଠାକୁରଙ୍କୁ ଧରି ପଂଚାୟତର ପ୍ରଭାତ ମହାରଣାଙ୍କ ଘରେ ପହଂଚି ଥିଲେ । ପ୍ରଭାତ ମହାରଣା ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀଙ୍କୁ ବୟଷ୍କ ମହିଳା ଜଣଙ୍କ ଏହି ୩ ଠାକୁରଙ୍କୁ ଆଉ ପୂଜା କରି ପାରୁ ନାହାନ୍ତି ବୋଲି କହି ପ୍ରଭାତଙ୍କ ସ୍ତ୍ରୀଙ୍କୁ ଧରାଇ ଚାଲି ଯାଇଥିଲେ । ତେବେ ପ୍ରଭାତ ଗରିବର ଚକ୍ରବ୍ୟୁହରେ ଘାଂଟି ହେଉଥିବା ବେଳେ ଠାକୁରଙ୍କ ପାଇଁ ମନ୍ଦିର କେମିତି କରିବେ ଚିନ୍ତାରେ ପଡି ଯାଇଥିଲେ । ତେବେ ତାଙ୍କୁ ତାଙ୍କ ଗ୍ରାମର କଣ୍ଡୁରି ମହାରଣା ସହଯୋଗର ହାତ ବଢାଇ ଥିଲେ ।  ଦ୍ୱୟଙ୍କ ଅଦମ୍ୟ ପରିଶ୍ରମ ଓ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିପାରିଲେ । ସେହି ଦନ ଠାରୁ ଗ୍ରାମରେ ବାଉଁଶରେ ରଥ ନିର୍ମାଣ କରାଯାଇ ରଥଯାତ୍ରା କରି ଆଶୁଥିଲେ । ହେଲେ ଚଳିତ ବର୍ଷ ଗ୍ରାମବାସୀଙ୍କ ବହୁ ସହଯୋଗ ଓ ବିଭିନ୍ନ ଭକ୍ତଙ୍କ ଦାନରେ ବାଉଁଶର ରଥ ପରିବର୍ତନ କରାଯାଇ ଚଳିତ ବର୍ଷ ପ୍ରଥମ କରି କାଠରେ ରଥ ନିର୍ମାଣ କରାଯାଇ ଘୋଷ ଯାତ୍ରା ଅନୁଷ୍ଟିତ ହେଉଥିଲା । ଏଥିରେ ପଂଚାୟତ ସହିତ ବହୁ ଅଂଚଳର ଭକ୍ତ, ଶ୍ରଦ୍ଧାଳୁ, ଗ୍ରାମବାସୀ, ଯୁବକ ଯୁବତୀ ମାନେ ଏହି ଘୋଷ ଯାତ୍ରାରେ ଯୋଗଦେଇ ୩ ଠାକୁରଙ୍କୁ ଆଶ୍ରର୍ବାଦ ଭିକ୍ଷା କରିବା ସହିତ ମାଉଷି ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ଏଥିରେ ବଡ ପଣ୍ଡା ରବିନ୍ଦ୍ର ନାଥ ମିଶ୍ର ଓ ଅନ୍ୟ ପୂଜକ ମାନଙ୍କ ଜରିଆରେ  ପୂଜା ସମ୍ପାଦନ ପରେ ଠାକୁର ରାଜାଭାବେ ବିଷ୍ଣୁ ଚରଣ ସାହୁ ଯୋଗଦେଇ ରଥ ମାର୍ଜନା ଓ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *