Saturday , October 23 2021
Home / ବିଶେଷ / ଆଧାର ବିଲ୍ ପାସ୍ – ବ୍ୟାଙ୍କ ଆକାଉଂଟ ଖୋଲିବା ଏବଂ ମୋବାଇଲ ଫୋନ୍ ଲାଗି ଆଉ ଆଧାର ପରିଚୟପତ୍ର ବାଧ୍ୟତାମୂଳକ ହେବ ନାହିଁ

ଆଧାର ବିଲ୍ ପାସ୍ – ବ୍ୟାଙ୍କ ଆକାଉଂଟ ଖୋଲିବା ଏବଂ ମୋବାଇଲ ଫୋନ୍ ଲାଗି ଆଉ ଆଧାର ପରିଚୟପତ୍ର ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର / ଏଜେନ୍ସି)- ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ପରିଚୟ ପତ୍ରଭାବେ ଆଧାରକୁ ବାଧ୍ୟତାମୂଳକ ନକରି ଏହାର ସ୍ୱେଚ୍ଛାକୃତ ବ୍ୟବହାର ପାଇଁ ଏକ ବିଲ୍ ଗୁରୁବାର ଲୋକସଭାରେ ପାସ୍ ହୋଇଛି । ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍, ୨୦୧୯ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହକୁ ପ୍ରତିଶ୍ରୁତି ଦେଇ କହିଲେ, ଆଧାର କେବଳ ସ୍ୱେଚ୍ଛାକୃତ ଭାବେ ବ୍ୟବହାର କରାଯିବ । ଏଥିପାଇଁ କୌଣସି ବାଧ୍ୟ ବାଧକତା ରହିବ ନାହିଁ । ବିଶେଷକରି ବ୍ୟାଙ୍କ ଆକାଉଂଟ ଖୋଲିବା ଏବଂ ମୋବାଇଲ ଫୋନ୍ ଲାଗି ଆଉ ଆଧାର ପରିଚୟପତ୍ର ବାଧ୍ୟତାମୂଳକ ହେବ ନାହିଁ । ଆଧାରରେ ଥିବା ବାୟୋମେଟ୍ରିକ୍ ଡାଟା ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ମତି ବିନା ଅନ୍ୟତ୍ର ଉପଯୋଗ କରାଯାଇ ପାରିବ ନାହିଁ ବୋଲିମନ୍ତ୍ରୀ ରବୀଶଙ୍କର କହିଛନ୍ତି । ମନ୍ତ୍ରୀ କହିଲେ, କୌଣସି ଘରୋଇ ସଂସ୍ଥା ଆଧାର ଡାଟା ଯଦି ଷ୍ଟୋର୍ କରନ୍ତି, ତାହାହେଲେ ସେମାନଙ୍କ ଲାଗି ଏକ କୋଟି ଟଙ୍କା ଜୋରିମାନା ଓ  ଜେଲ ଦଣ୍ଡ ହେବ ବୋଲି ଏହି ଡିଡ ରେ ବ୍ୟବସ୍ଥା ରହିଛି । ସେ ଗୃହରେ ନିଜ ଆଧାର କାର୍ଡ ଦେଖାଇ କହିଲେ,ଏଥିରେ କେବଳ ନିଜ ନାଁ, ପିତାଙ୍କ ନାମ, ଜନ୍ମତାରିଖ, ବାସସ୍ଥାନ ଠିକଣା ରହିଛି । ଏହା ଛଡ଼ାମେଡିକାଲ ରେକର୍ଡ, ଜାତି, ଧର୍ମ ଓ ସମ୍ପ୍ରଦାୟ ଆଦିକିଛି ଉଲ୍ଲେଖ ନାହିଁ । ଏବେ ସାରା ଦେଶରେ ୧୨୩କୋଟି ଲୋକ ଆଧାର କାର୍ଡ ବ୍ୟବହାର କରୁଛନ୍ତି । କେବଳ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହେଲେକିମ୍ବା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଧାର ଡାଟା ସେୟାର କରାଯିବ । ଯଦି ଏଥିରେ ଉଲ୍ଲଂଘନ ହୁଏ, ଏପରିକି ମୁଁ ଆଇଟି ମନ୍ତ୍ରୀ ଭାବେ କାହାରି ଆଧାର ଡାଟା ହାସଲକରିବାକୁ ଚାହିଁଲେ, ମୋତେ ୩ ବର୍ଷ ଜେଲ୍ଯିବାକୁ ପଡ଼ିବ ବୋଲି ରବିଶଙ୍କର ପ୍ରସାଦ ଗୃହକୁ କହିଥିଲେ । ଜଷ୍ଟିସ୍ ଶ୍ରୀକ୍ରିଷ୍ଣ କମିଟି ରିପୋର୍ଟ ଓ କେତେକ ଆନ୍ତଃମନ୍ତ୍ରୀ ସ୍ତରୀୟ ପରାମର୍ଶକୁ ଭିତିିକରି ଡାଟା ସୁରକ୍ଷାଆଇନ ପ୍ରସ୍ତୁତ ହେଉଛି । ମନ୍ତ୍ରୀ ରବିଶଙ୍କର କହିଲେ,ଆଧାର ଯୋଗୁଁ ସରକାର ୧.୪୧ ଲକ୍ଷ କୋଟି ଟଙ୍କାବଂଚାଇ ପାରିଛନ୍ତି । ୪.୨୩ କୋଟି ବେଆଇନଏଲ୍ପିଜି କନେକ୍ସନ୍ ଓ ୨.୯୮ କୋଟି ଜାଲ୍ରେସନ କାର୍ଡ ବାଦ୍ ଦେଇଛନ୍ତି । ମୋଟାମୋଟି ଭାବରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଆଧାରରେଏଭଳି ସଂଶୋଧନ ଅଣାଯାଇଛି । ତେବେ ଏହି ବିଲ କୁ ଲୋକସଭାରେ କଂଗ୍ରେସ ଦଳର ନେତା ଅଧିରରଞ୍ଜନ ଚୌଧୁରୀ, ସିପିଏମ୍ ସଦସ୍ୟ ଆର୍ନଟରାଜନ ବିରୋଧ କରିଥିଲେ । ତୃଣମୂଳ କଂଗ୍ରେସ, ପିଡିପି ଓ ବିରୋଧୀ ଦଳର ଆଉ କେତେକ ସଦସ୍ୟ ଆଧାର ସମ୍ପର୍କରେ ବାରମ୍ବାର ଅଧ୍ୟାଦେଶ ଜାରିହେଉଥିବାରୁ ଏଥିନେଇ ଆପତି ଉଠାଇଥିଲେ । ରାଜ୍ୟସଭାରେ ଭାରତୀୟ ମେଡିକାଲ କାଉନ୍ସିଲ୍(ସଂଶୋଧନ) ବିଲ୍ ୨୦୧୯ ପାସ୍ ହୋଇଛି । ଜୁଲାଇ୨ରେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *