Saturday , September 25 2021
Breaking News
Home / ବିଶେଷ / ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ କୁସମିତ ହେଉ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଆଜି କୁସମିତ ହୋଇଛି । ସମସ୍ତେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଓଡିଶାର ସମସ୍ତ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଅବସରରେ ମହାପ୍ରଭୁ ଜଗନ୍ନାଥ ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡକୁ ବାହାରି କୋଟି କୋଟି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି । ଏହା ସାମାଜିକ ସମରସତାର ଅନନ୍ୟ ସାମାଜିକ ପରମ୍ପରା । ଏହି ଧାର୍ମିକ ଅନୁଷ୍ଠାନ ଅନାଦି ଅନନ୍ତ କାଳରୁ ମହାପ୍ରଭୁଙ୍କ ଯୋଜନାରେ ଚାଲିଆସିଛି ବୋଲି ସେ କହିଛନ୍ତି । ୧୩୦ କୋଟି ଭାରତୀୟ ତଥା ସାଢେ ୪ କୋଟି ଓଡିଆଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଓ ଆଗକୁ ମଧ୍ୟ ରହିବା ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *