ରାଜନଗର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ଅଂଚଳରେ ଏକ ଅଭାବନୀୟ ଘଟରା ଘଟିଛି । ଏହାକୁ ନେଇ ଅଂଚଳରେ ଚର୍ଚା ଜୋର ଧରିଛି । ଘଟଣାଟି ହେଉଛି ମାକୁ ପୋଡ଼ି ମାରିଦେଲା ପୁଅ । ମିଳିଥିବା ତାଜା ସୂଚନା ଅନୁସାରେ ମେରାଇନ ଥାନା ଅନ୍ତର୍ଗତ ଶୈଳେନ୍ଦ୍ରସରାଇ ଗାଁ ରେ ମା ମୁକ୍ତ କେଶି ଓଝାଙ୍କୁ ପୁଅ ସୁକଦେବ ଓଝା ପୋଡ଼ି ମାରିଦେଇଛି । ଏ ସମ୍ପର୍କରେ ବଡ଼ପୁଅ ଶ୍ରୀକାନ୍ତ ଓଝା ଥାନାରେ ଏତଲା ଦେବା ପରେ ତାଳଚୁଆ ଥାନା ପୋଲିସ୍ ଘଟଣାର ଛାନଭିନ୍ କରୁଛି । ଅଭିଯୁକ୍ତ ପୁଅ ସୁକଦେବଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …