Tuesday , October 26 2021
Breaking News
Home / ନିର୍ବାଚନ / ସଂକ୍ଷେପରେ ତାଜା ଖବର : ଆସନ୍ତା ୨୦  ରେ ପାଟକୁରା ବିଧାନସଭା ନିର୍ବାଚନ, ୨୪ ରେ ଭୋଟ ଗଣତି

ସଂକ୍ଷେପରେ ତାଜା ଖବର : ଆସନ୍ତା ୨୦  ରେ ପାଟକୁରା ବିଧାନସଭା ନିର୍ବାଚନ, ୨୪ ରେ ଭୋଟ ଗଣତି

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ଜୁଲାଇ ୨୦ ତାରିଖ ରେ ପାଟକୁରା ବିଧାନସଭା ନିର୍ବାଚନ ହେବ । ଜୁଲାଇ ୨୪ତାରିଖ ରେ ଭୋଟ ଗଣତି ହେବ । ଗତ ସାଧାରଣ ନିର୍ବାଚନ ବେଳେ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିବା ପାଟକୁରା ର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କର ଦେହାନ୍ତ ଘଟିବାରୁ ପାଟକୁରା ବିଧାନସଭା ନିର୍ବାଚନ ବନ୍ଦ ରହିଥିଲା । ପରେ ପୁଣି ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଜେ ଜନତା ଦଳ ପକ୍ଷରୁ ସ୍ୱର୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ଙ୍କୁ ଟିକଟ ଦିଆଯିବା ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ହେଲେ ସାମୁଦ୍ରିକ ଝଡ଼  ଫନି ପାଇଁ ଉଦ୍ଧାର, ଥଇଥାନ, ରିଲିଫ ଆଦିସ କାର୍ଯ୍ୟରେ ପ୍ରଶାସନ ବ୍ୟସ୍ତ ରହିବା କାରଣରୁ ନିର୍ବାଚନକୁ ଘୁଂଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନ ଙ୍କୁ ଅନୁରୋଧ କରିବାରୁ ନିର୍ବାଚନ କୁ ଘୁଂଚାଇ ଦିଆଯାଇଥିଲା । ପାଟକୁରା ବିଧାନସଭା ନିର୍ବାଚନ କେବେ ହେବ , ତାକୁ ନେଇ ବହୁ କଳ୍ପନା ଜଳ୍ପନା ଦେଖାଦେଇଥିବାବେଳେ ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତି ନିର୍ବଚନ ଲଢ଼ୁଥିବାବେଳେ ବିଜେପି ପକ୍ଷରୁ ବିଜୟ ମହାପାତ୍ର ଓ ବିଜେଡ଼ି ପକ୍ଷରୁ ସାବିତ୍ରୀ ଅଗ୍ରୱାଲା ନିର୍ବାଚନ ଲଢ଼ୁଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *