Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ଷ୍ଟେଟ୍ ମେରିଟ୍ ଲିଷ୍ଟ୍ରେ ୩୬୫୭ ଜଣ ମନୋନୀତ

ଷ୍ଟେଟ୍ ମେରିଟ୍ ଲିଷ୍ଟ୍ରେ ୩୬୫୭ ଜଣ ମନୋନୀତ

ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)-୨୦୧୯- ୨୦ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ପକ୍ଷରୁ ଷ୍ଟେଟ୍ ମେରିଟ୍ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି । ନିଟ୍ ପରୀକ୍ଷା ଦେଇଥିବା ଓଡ଼ିଶାର ପିଲାଙ୍କ ଲାଗି ଏହି ତାଲିକା ପ୍ରକାଶ ପାଇଛି । ଷ୍ଟେଟ୍ ମେରିଟ୍ ଲିଷ୍ଟରେ ମୋଟ୍ ୩ ହଜାର ୬୫୭ଜଣ ଛାତ୍ରଛାତ୍ରୀଙ୍କ ଚୟନ କରାଯାଇଛି । ଏଥିରୁ ୪୯୬ଜଣ ଜେନେରାଲ ଇଡବ୍ଲ୍ୟଏସ୍ ବର୍ଗର ଥିବା ବେଳେ ୪୧୮ଜଣ ଏସ୍ସି, ୩୩୦ ଜଣ ଏସ୍ଟି ଏବଂ ୪୩୯ ଜଣ ଜିସି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ମୋଟ୍ ୧୪ଶହ ସିଟ୍ ଥିବା ବେଳେ ଷ୍ଟେଟ୍ କୋଟାରେ ୧୨୧୮ ସିଟ୍ ଏବଂ ଅଲ୍ ଇଣ୍ଡିଆ କୋଟାରେ ୧୮୨ ସିଟ୍ ସଂରକ୍ଷଣ ରଖାଯାଇଛି । ଷ୍ଟେଟ୍ କୋଟାରେ ଏସ୍ସିବି ମେଡିକାଲ କଲେଜରେ ଏମ୍ବିବିଏସ୍ ଲାଗି ୨୧୨ ସିଟ୍ ଥିବା ବେଳେ ଏମ୍କେସିଜିରେ ଏମ୍ବିବିଏସ୍ ଲାଗି ୨୧୨ ସିଟ୍, ଭିଏସ୍ଏସ୍ ବୁର୍ଲାରେ ଏମ୍ବିବିଏସ୍ ଲାଗି ୧୭୦, ବାରିପଦା ମେଡିକାଲ କଲେଜରେ ଏମ୍ବିବିଏସ୍ ଲାଗି ୧୦୬, କୋରାପୁଟ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ଲାଗି ୧୦୬, ବଲାଙ୍ଗିର ମେଡିକାଲ କଲେଜରେ ଏମ୍ବିବିଏସ୍ ଲାଗି ୮୫ସିଟ୍, ବାଲେଶ୍ୱର ମେଡିକାଲ କଲେଜରେ ଏମ୍ବିବିଏସ୍ ଲାଗି ୮୫, ଭୂବନେଶ୍ୱର ହାଇଟେକ୍ ଏମ୍ବିବିଏସ୍ ଲାଗି ୧୦୦ଥିବା ବେଳେ ଏସ୍ସିବି ଡେଂଟାଲ କଲେଜରେ ବିଡିଏସ୍ ଲାଗି ୪୨ ଏବଂ ଭୁବନେଶ୍ୱର ହାଇଟେକ୍ ଡେଂଟାଲ କଲେଜରେ ବିଡିଏସ୍ ପାଇଁ ୧୦୦ ସିଟ୍ ରହିଛି । ଚଏସ୍ ଫିଲିଂ ଏବଂ ଲକିଂ ପ୍ରକ୍ରିୟା ଜୁଲାଇ ୨ ତାରିଖ ପୂର୍ବାହ୍ଣ ୧୧ଟାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ଆଲଟମେଂଟ ଏବଂ ପ୍ରୋଭିଜ୍ନାଲ ନାମ ଲେଖାପତ୍ର ଜୁଲାଇ ୫ରେ େଓବ୍ସାଇଟରେ ଉପଲବ୍ଧ ହେବ । ଜୁଲାଇ ୬ ରୁ ୧୦ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଜେଇଇ ସେଲ କାର୍ଯ୍ୟାଳୟରେ ପ୍ରୋଭିଜନାଲ ନାମଲେଖା ହେବ ବୋଲି ଜଣାପଡ଼ିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *