Wednesday , October 27 2021
Breaking News
Home / ସ୍ୱାସ୍ଥ୍ୟ / ରାଜରାସ୍ତାରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭିକ୍ଷାବୃତି

ରାଜରାସ୍ତାରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭିକ୍ଷାବୃତି

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ୧ ଦଫା ଦାବି ନେଇ ରାଜରାସ୍ତାରେ ଭିକ୍ଷାବୃତି ପ୍ରଦର୍ଶନ କରିଛନ୍ତି । ବୁଧବାର ସଂଘର ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ରାଜରାସ୍ତାରେ ଅଟୋ, କାର, ମଟର ସାଇକେଲରେ ଯାଉଥିବା ପଥଚାରୀମାନଙ୍କଠାରୁ ଭିକ୍ଷା ମାଗିଥିଲେ । ସଂଘ ୨୦୦୬ରୁ ନିଜର ନ୍ୟାର୍ଯ୍ୟ ଦାବିକୁ ସଫଳ କରିବା ପାଇଁ ବାରମ୍ବାର ଧାରଣା ଓ ରାଲି କରିବା ସତ୍ୱେ ସରକାର କେବଳ ପ୍ରତିଶ୍ରୁତି ଦେଇଛନ୍ତି । କେବେ ପ୍ରତିଶ୍ରୁତି ପାଳନ କରିବା ପାଇଁ ଚେଷ୍ଟା କରିନାହାଁନ୍ତି । ଏହା ଏକ ସମ୍ପୂର୍ଣ୍ଣ ମହିଳା ସଂଗଠନ । ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ସାରା ଭାରତରେ ପ୍ରସିଦ୍ଧ ମହିଳାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ସେ ପ୍ରଥମେ ସାରା ଭାରତରେ ସ୍ୱର ଉତୋଳନ କରିଥିଲେ । ହେଲେ ସେହି ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ ଏହା ଏକ ପ୍ରହସନ ନୁହେଁ ତ? ମହିଳା ସଶକ୍ତିକରଣ କେବଳ ରାଜନୀତିକରଣ ନୁହେଁ ତ? ୨୦୦୬ରୁ ୨୦୧୯ ଦୀଘଁ ୧୩ ବର୍ଷ ହେବ ୧୭ ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ନିଜର ଅଧ୍ୟୟନ ଶେଷ କରି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେ କି ଏମାନେ କ’ଣ ମହିଳା ନୁହଁନ୍ତି କି? ଏମାନେ କ’ଣ ସଶକ୍ତିକରଣ ହେବାର ଯୋଗ୍ୟ ନୁହେଁ କି? ମିଡ଼ିଆ ବନ୍ଧୁମାନଙ୍କ ଜରିଆରେ ମୁଁ ରାଜ୍ୟର ମୁଖିଆଙ୍କୁ ଆହ୍ୱାନ ଦେଉଛି ଯଦି ସତ୍ସାହସ ଅଛି ତାହେଲେ ଆମ୍ଭମାନଙ୍କ ସହିତ ଆଲୋଚନା କରନ୍ତୁ, ତର୍କ କରନ୍ତୁ । ତାହାହେଲେ ଓଡ଼ିଶାବାସୀ ଜାଣିପାରିବେ ଯେ, ଆପଣଙ୍କର ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ଦୃଢ ଇଚ୍ଛା ଓ ମନୋବଳ ଅଛି । ମଭ୍ଗଳବାର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ସଂଘର କର୍ମକର୍ତାମାନେ ସଚିବାଳୟଙ୍କରେ ତାଙ୍କ ସହିତ ସୌଜନ୍ୟମୂଳକ ଭାବେ ସାକ୍ଷାତ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ମହୋଦୟ ସଂଘର କର୍ମକର୍ତାମାନଙ୍କୁ ଆଲୋଚନା ଜରିଆରେ କହିଛନ୍ତି ସରକାର କ’ଣ ୧୭ ହଜାର ମହିଳାଙ୍କ ଏକକାଳୀନ ଆତ୍ମ ନିଯୁକ୍ତି ଦେଇପାରିବେ । ସଂଘର କର୍ମକର୍ତାମାନେ ପ୍ରଶ୍ନ କରିଥିଲେ ଯଦି ପ୍ରତ୍ୟେକ ବର୍ଷରେ ଖାଲିଥିବା ପଦବୀରେ ନିଯୁକ୍ତି ଦିଆଯାଉଥାନ୍ତା ତେବେ ଆଜି ସରକାରଙ୍କୁ ଏ ଦଶା ଭୋଗିବାକୁ ପଡ଼ିନଥାନ୍ତା । ମନ୍ତ୍ରୀ ମହୋଦୟ ଆଲୋଚନା କରି ସଂଘକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ୩ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆମର ଏକଦଫା ଦାବି ଯଥା :- ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ସରାକରୀ ବା ବେସରକାରୀ ତାଲିମ କେନ୍ଦ୍ରରେ ତାଲିମ୍ ଶେଷ କରିଥିବା ସମସ୍ତ ସଭ୍ୟାଙ୍କୁ ସରକାରଙ୍କର ଖାଲି ଥିବା ପଦବୀରେ ନିଯୁକ୍ତି ନ ଦିଆଯାଏ, କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ୪ ତାରିଖ ଦିନ ପବିତ୍ର ଘୋଷଯାତ୍ରାରେ ନବୀନ ନିବାସ ସମ୍ମୁଖରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସମସ୍ତ ସଭ୍ୟା ସମୂହ ଆତ୍ମହୁତି ଦେବେ । ଏଥିପାଇଁ ସମ୍ପୂର୍ଣ୍ଣ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

୧୦୦କୋଟି ଟୀକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ରାପଡାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱରେ ସର୍ବ ବୃହତ୍ ଟୀକା କରଣ ଅଭିଯାନରେ ଇତିହାସ ରଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ …

Leave a Reply

Your email address will not be published. Required fields are marked *