Sunday , October 24 2021
Breaking News
Home / ସ୍ୱାସ୍ଥ୍ୟ / ଭେଷଜ ପ୍ରକଳ୍ପ ସେବା କେନ୍ଦ୍ର ଉଦ୍ଘାଟନ

ଭେଷଜ ପ୍ରକଳ୍ପ ସେବା କେନ୍ଦ୍ର ଉଦ୍ଘାଟନ

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱରର ଖାରବେଳ ନଗରଠାରେ ‘ଭେଷଜ ପ୍ରକଳ୍ପ’ର ଏକ ସେବାକେନ୍ଦ୍ର ଉଦ୍ଘାଟିତ ହୋଇଯାଇଅଛି ।ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଠ ପରିବେଶବିଦ୍ ଶ୍ରୀ ସୁରଜିତ୍ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉକ୍ତ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହାପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ରୋଷଶାଳାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଆଣି ପ୍ରାକୃତିକ ଉପାୟରେ ରୂପାନ୍ତର କରି ଜୈବିକ ଉର୍ବରକ ପ୍ରସ୍ତୁତି କରି ତାହାକୁ ରାସାୟିନିକ ସାରର ବିକଳ୍ପଭାବରେ ପ୍ରୟୋଗ କରିବା ପାଇଁ ଉକ୍ତ କେନ୍ଦ୍ରର ବାପକ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା । ଔଷଧୀୟ ଗୁଳ୍ମଲତାର ଜୈବିକ ସାର, ଫୁଲ କୁଣ୍ଡ, ଖତ ଇତ୍ୟାଦି ଉକ୍ତ କେନ୍ଦ୍ରରେ ଉପଲବ୍ଧ ହେବବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସଜ୍ଜନ ଶର୍ମା,ଉଦ୍ୟାନବିତ୍ ବିଜୟରାମ ମହାପାତ୍ର, ଜଗଦିଶ ପ୍ରଧାନ, ଶାନ୍ତନୁ ପ୍ରଧାନ, ନବକିଶୋର ପ୍ରଧାନ ଏବଁ କିନ୍ନୀ ମହାପାତ୍ର ଓ ନମିତା ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *