ନିମାପଡ଼ା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ନିମାପଡ଼ା ବ୍ଲକ୍ ବଡ଼ମାଛପୁର ପଂଚାୟତ ଅନ୍ତର୍ଗତ ରେଘାଂଳୋ ପଂଚାୟତ ଉଚ୍ଚବିଦ୍ୟାଳୟଠାରେ ନୂଆଦିଲ୍ଲୀର ସ୍ମାଇଲ୍ ଫାଉଣ୍ଡେସନ ଏବଂ ନିମାପଡ଼ା ହଂସପଡ଼ା ଆର୍ଡବ୍ଲ୍ୟୁଆଇ ପକ୍ଷରୁ ‘ଫାନି’ ବାତ୍ୟାରେ ପ୍ରଭାବିତ ହୋଇଥିବା ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ୫୫୦ଜଣଙ୍କର ମାଗଣାରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କୁ ଔଷଧ ବଂଟନ କରାଯାଇଥିଲା । ଉକ୍ତ ସଂସ୍ଥା ଦ୍ୱାରା ରେଘାଂଳୋ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ ଉପ୍ରା ବିଦ୍ୟାଳୟ, ରେଘାଂଳୋ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସୋଲାର ଲାଇଟ୍ ସହ ପାଠ୍ୟୋପକରଣ ଏବଂ ବ୍ୟାଗ୍ ମଧ୍ୟ ବଂଟନ କରାଯାଇଥିଲା । ଉକ୍ତ ଶିବିରରେ ସ୍ୱାସ୍ଥ୍ୟସେବାକେନ୍ଦ୍ରର ସଂଯୋଜକ ଉତମ କୁମାର, ଏସ୍ ବେହେରା, ସୁବ୍ରତ ବିଶୋଇ, ଡ. ଦିଲ୍ଲୀପ କୁମାର ସାମଲ, ଆର୍ଡବ୍ଲ୍ୟୁଆଇ ହଂସପଡ଼ା, ନିମାପଡ଼ା ମୁଖ୍ୟ ପ୍ରଭାକର ନନ୍ଦ, ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ନାୟକ, ଶିକ୍ଷକ ଗୋଲେଖ ପ୍ରସାଦ ପରିଡ଼ା, ସମାଜସେବୀ ଅମ୍ବିକା ପ୍ରସାଦ ନାୟକ, ଦିଲ୍ଲୀପ କୁମାର ବେହେରା, ବୃନ୍ଦାବନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମର ସମାଜସେବୀଙ୍କ ସାହାଯ୍ୟ ଓ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା । ଓଡ଼ିଶା ସମାଚାର
Check Also
ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …