Wednesday , January 26 2022
Breaking News
Home / ବିଶେଷ / ବଟଶ୍ରୀକ୍ଷେତ୍ରରେ ରଥଯାତ୍ରା

ବଟଶ୍ରୀକ୍ଷେତ୍ରରେ ରଥଯାତ୍ରା

ଜଗତସିଂହପୁର,୦୪/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଗୁରୁବାର ଜଗତସିଂହପୁର ଜିଲ୍ଲା ତରଡପଡା ଗ୍ରାମପଂଚାୟତ ଅନ୍ତର୍ଗତ ପାଟେଣୀଗାଁର ‘ବଟଶ୍ରୀକ୍ଷେତ୍ର’ରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବଟଶ୍ରୀକ୍ଷେତ୍ରର ମୁଖ୍ୟ ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତିଙ୍କୁ ପହଣ୍ଡିରେ ନେଇ ରଥାରୁଢ଼ କରିବା ପରେ ସ୍ଥାନୀୟ ଠାକୁର ରାଜା ଶ୍ରୀଯୁକ୍ତ ଘନଶ୍ୟାମ ଶତପଥି ପାରମ୍ପରିକ ରୀତିରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ଶହ ଶହ ଶ୍ରଦ୍ଧାଳୁ ତଥା ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦ ମୁଖ୍ୟ ମନ୍ଦିରରୁ ଶ୍ରଦ୍ଧା ଓ ଭକ୍ତିର ସହିତ ରଥ ଟାଣି ଟାଣି ମାଉସୀ ମା’ ମନ୍ଦିରକୁ ନେଇଥିଲେ । ଉକ୍ତ ପାବନ କାର୍ଯ୍ୟରେ କୁତାମଚଣ୍ଡୀ ସଂକୀର୍ତନ ମଣ୍ଡଳୀ ଆଳିପିଙ୍ଗଳ ଓ ରାଧମୋହନ ସଂକୀର୍ତନ ମଣ୍ଡଳୀ ଏକସୁଧାର ନାମପ୍ରେମୀ ଭକ୍ତଗଣ ସଂକୀର୍ତନ କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ବାଦ୍ୟକାରମାନଙ୍କର ବାଦ୍ୟନାଦ ତଥା ଆତସବାଜିର ରୋଷଣି ମଧ୍ୟରେ ଯଥା ସମୟରେ ମହାପ୍ରଭୁ ଚତୁର୍ଦ୍ଧାମୂରତି ଗୁଣ୍ଡିଚା ମନ୍ଦିରରେ ପହଂଚି ଯାଇଥିଲେ । ପୂଜାର୍ଚ୍ଚନା ପରେ ସମସ୍ତ ଶ୍ରଦ୍ଧାଳୁ ମହାପ୍ରସାଦ ସେବନ କରିଥିଲେ । ଆଗାମୀ ୧୦ ତାରିଖ ବୁଧବାର ଦିନ ଆଡପମଣ୍ଡପରେ କେନ୍ଦ୍ରାପଡାର ‘ଗଡ୍ମେକର’ ଅନୁଷ୍ଠାନ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧୀୟ ନୃତ୍ୟଗୀତ ପରିବେଷଣ କରିବେ । ବାହୁଡାଯାତ୍ରା ମଧ୍ୟ ଏଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *