Saturday , October 23 2021
Home / ବିଶେଷ / ପ୍ରଧାନମନ୍ତ୍ରୀ ଦକ୍ଷତା କୌଶଳ ବିକାଶ ଯୋଜନା କେନ୍ଦ୍ର ଉଦ୍ଘାଟିତ

ପ୍ରଧାନମନ୍ତ୍ରୀ ଦକ୍ଷତା କୌଶଳ ବିକାଶ ଯୋଜନା କେନ୍ଦ୍ର ଉଦ୍ଘାଟିତ

ବେଗୁନିଆ, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଦକ୍ଷତା କୌଶଳ ବିକାଶ ଯୋଜନା କେନ୍ଦ୍ର ଆନୁକୂଲ୍ୟରେ ଭାରତ ସରକାରଙ୍କ କାର୍ଯ୍ୟ ଏବଂ ଶିକ୍ଷା ତାଲିମ୍ ବିଭାଗର ଆର୍ଥିକ ସହାୟତାରେ ବୁଧବାର ରାଜସୁନାଖଳାରେ ଏକ ମାଗଣା କମ୍ପ୍ୟ୍ୟଟର ତାଲିମ୍ ଓ ରୋଜଗାର ଦକ୍ଷତା କୌଶଳ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏ ନେଇ ବାମନ ହାଇସ୍କୁଲର ପ୍ରଧାନଶିକ୍ଷକ ବାମନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ମୁଖ୍ୟଅତିଥି, ଆଇନଜୀବୀ ବ୍ରହ୍ମାନନ୍ଦ ଦାସ ପଟ୍ଟଯୋଶୀ ମୁଖ୍ୟବକ୍ତା ଓ ଜିଲ୍ଲାପରିଷଦ ସଭ୍ୟା ଭୂବନେଶ୍ୱରୀ ସାହୁ, ପଂଚାୟତ ବିଜେପି ମହିଳା ମୋର୍ଚ୍ଚା ସଭାପତି ରଶ୍ମି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଂଯୋଜକ ସୁମିତ କୁମାର ଦୋରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଜିର ସମାଜରେ ଯୁବଶକ୍ତିର ଦକ୍ଷତା କୌଶଳ ବୃଦ୍ଧି ଘଟିଲେ ସମାଜର ଉନ୍ନତି ଓ ଦେଶର ବିକାଶ ଘଟିବ ବୋଲି ମୁଖ୍ୟ ଅତିଥି ସୁରମା ପାଢ଼ୀ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଦକ୍ଷତା କୌଶଳ ବିକାଶ ଯୋଜନା ଓ କମ୍ପ୍ୟୁଟର ଶିକ୍ଷା ଦ୍ୱାରା ରାଜ୍ୟରୁ ବେକାରୀ ଦୂରୀକରଣ ହୋଇପାରିବ ବୋଲି ମୁଖ୍ୟବକ୍ତା କହିଥିଲେ । ସମ୍ମାନିତ ଅତିଥି ଭୂବନେଶ୍ୱରୀ ସାହୁ ଉପାଦେୟ ମନ୍ତବ୍ୟ ଦେଇଥିଲାବେଳେ କମ୍ପ୍ୟୁଟର ସଂଯୋଜକ ଚିତରଞ୍ଜନ ପରିଡ଼ା ଓ ମୋବିଲାଇଜର୍ ଓମ୍ ପ୍ରକାଶ ସାହୁ ଛାତ୍ରଛାତ୍ରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । କାଉନସିଲର୍ ସରିତା ମହାନ୍ତି, ପ୍ରଶାସନିକ ଅଧିକାରୀ ଆରତି ବେହେରା ଓ ଲୋକସମ୍ପର୍କ ସୂଚନା ଅଧିକାରୀ ସୁମିତ୍ରା ରାଉତ କାର୍ଯ୍ୟକ୍ରମ ସଂଯୋଜନା ଏବଂ ପରିଚାଳନା କରିଥିଲେ । ଶେଷରେ ବାମନ ହାଇସ୍କୁଲର ଶିକ୍ଷକ କୈଳାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *