Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ସ୍ତରୀୟ ମେଲେରିଆ,ଡେଙ୍ଗୁ ଓ ଡାଇରିଆ ଟାସ୍କଫୋର୍ସ ବୈଠକ

ଜିଲ୍ଲା ସ୍ତରୀୟ ମେଲେରିଆ,ଡେଙ୍ଗୁ ଓ ଡାଇରିଆ ଟାସ୍କଫୋର୍ସ ବୈଠକ

କେନ୍ଦ୍ରାପଡା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ଜିଲ୍ଲା ସ୍ତରିୟ ମେଲେରିଆ, ଡେଙ୍ଗୁ, ଡାଇରିଆ ପ୍ରଭୃତି  ଜଳବାହିତ ରୋଗ ସମ୍ପର୍କୀତ ଟାସ୍କଫୋର୍ସ ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦବାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରଥମେ ଜିଙ୍କ ସଚେତନତା ସପ୍ତାହ ପୋଷ୍ଟର, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଜଣ୍ଡିସ ସମ୍ପର୍କିତ ସଚେତନତା ପୋଷ୍ଟରକୁ ଉଦଘାଟନ କରିଥିଲେ । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ଏହି ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ)ଡା.ମିର୍ଜା ବାବର ବେଗ ବର୍ଷାଦିନିଆ ରୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ବର୍ଷାଋତୁ ତଥା ସେପ୍ଟେମ୍ବରମାସ ପର୍ଯ୍ୟନ୍ତ ମ୍ୟାଲେରିଆର ପ୍ରଭାବ ରହିଥାଏ । ଜୁନ ୧୬ତାରିଖରୁ ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଡେଙ୍ଗୁ ସଚେତନତା ମାସ ଚାଲିଥିବା କଥା କହିବା ସହ ସଚେତନତା ବାର୍ତା ‘ସୁସ୍ଥ ପରିବାର ସୁସ୍ଥ ସମାଜ’ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡାଇରିଆ ରୋଗ ପାଇଁ ସଚେତନତା ସ୍ୱରୁପ ସ୍ୱଛ ପରିଷ୍କାର ରହିବା,ଜନ୍ମର ୨ମାସରୁ ୫ମାସର ଶିଶୁ,୬ମାସରୁ ୫ବର୍ଷର ପିଲାଙ୍କୁ ଜିଙ୍କ ବଟିକା ପ୍ରଦାନ କରାଯିବ,ପିଲାଙ୍କୁ ଝାଡାହେବା ପୂର୍ବରୁ  ଓ ପରେ ପ୍ରତ୍ୟେକ ପରିବାରକୁ ଓ.ଆର.ଏସ.ଦ୍ରବଣ ଯୋଗାଇ ଦିଆଯିବ । ଡାଇରିଆ ହେଲେ ଖାଦ୍ୟ ବନ୍ଦ କରନ୍ତୁ ନାହିଁ । ଖାଇବା ପୁର୍ବରୁ ହାତଧୋଇବାକୁ ପରାମର୍ଶ ଦିଆଯାଇଛି । ଏହି ଜିଲ୍ଲା ମ୍ୟାଲେରିଆ ପ୍ରବଣ ହୋଇନଥିଲେ ମଧ୍ୟ ବାହାର ଜିଲ୍ଲାରୁ ଏଠାକୁ ରୋଗୀ ମ୍ୟାଲେରିଆ ରୋଗ ନେଇ ଆସିଥାନ୍ତି ବୋଲି ଏଡିଏମଓ ଡା.ବେଗ କହିଥିଲେ । ନିଜ ଘରର ଚର୍ତୁପାଶ୍ୱର୍ ସଫା ରଖିଲେ ଡେଙ୍ଗୁ,ମ୍ୟାଲେରିଆ ପ୍ରମୁଖ ରୋଗ ସୃଷ୍ଟି ହୋଇ ନଥାଏ । ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପରୀକ୍ଷା କିଟ ଯୋଗାଇ ଦିଆଯାଇଛି । ଶିଶୁର ତରଳ ଝାଡାର ସଠିକ ଉପଚାର ପାଇଁ ଜିଙ୍କ ବଟିକା ବ୍ୟବହାର ପାଇଁ ଅନୁରୋଧ କରାଯାଇଛି । ଏତଦବ୍ୟତିତ ଜିଲ୍ଲାରେ ‘ଖୁସି’ଯୋଜନାରେ ୬ଷ୍ଠରୁ ଦଶମ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ସାନିଟାରୀ ନାପକିନ ବଂଟନ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମା ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ସୁଚନା ଅଧିକାରୀ ଆଲୋକ ମହାନ୍ତି ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଥିଲେ ଯେ ପ୍ରତି ସପ୍ତାହକୁ ୩ଟି କରି ତିନିମାସରେ ଥରେ ଏହି ନାପକିନ ପ୍ରତ୍ୟେକ ବିଦ୍ୟାଳୟ ଗୁଡିକୁ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ଠିକାଦାରଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟରୁ ସିଧାସଳଖ ବ୍ଲକ ଷ୍ଟୋରେଜ ପଏଂଟରେ ପହଁଚିବାକୁ ଥିବା ନାପକିନକୁ  ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ଠିକାଦାର ମାନେ ପ୍ରତ୍ୟେକ ବିଦ୍ୟାଳୟରେ ପହଁଚାଇବେ । ସେମାନଙ୍କ ଠାରୁ ପ୍ରତ୍ୟେକ ବିଦ୍ୟାଳୟର ପୂର୍ବରୁ ପ୍ରଶିକ୍ଷଣପ୍ରାପ୍ତ ହୋଇଥିବା ଶିକ୍ଷୟତ୍ରୀ ଏହି ନାପକିନକୁ ଗ୍ରହଣ କରି ଛାତ୍ରୀମାନଙ୍କୁ ବଂଟନ କରିବେ । ଏ ସମ୍ପର୍କରେ ସ୍ୱଛତା ରକ୍ଷା କରି ବଂଟନର ସମ୍ପୂର୍ଣ୍ଣ ହିସାବ ରଖିବା ସହ ଯେଭଳି କୈାଣସି ଠାରେ କିଛିବି ଅବ୍ୟବସ୍ଥା ନହୁଏ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଏଡିଏମଓ(ମେଡିକାଲ) ଡା.କିଶୋର କୁମାର ଆଚାର୍ଯ୍ୟ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ,ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ,ଜିଲ୍ଲା କୁଷ୍ଠ ଅଧିକାରୀ,ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ,ଆର.ସି.ଏଚ.କୃଷ୍ଣ ଚନ୍ଦ୍ର ଲୁହା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *