Tuesday , October 26 2021
Breaking News
Home / ବିଶେଷ / ଜିଲ୍ଲାପରିଷଦ ସଭ୍ୟଙ୍କ ବିୟୋଗରେ ଶୋକ

ଜିଲ୍ଲାପରିଷଦ ସଭ୍ୟଙ୍କ ବିୟୋଗରେ ଶୋକ

ସାଲେପୁର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): କଟକ ସଦର ବ୍ଲକ୍ ର ଜିଲ୍ଲାପରିଷଦ ସଭ୍ୟ ଗୋବିନ୍ଦ ସାମଲଙ୍କର ଦେହାନ୍ତ ହୋଇଯାଇଛି । ଦୀର୍ଘ ୧ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁରେ ବିଜୁ ଜନତାଦଳର ଅପୁରଣୀୟ କ୍ଷତି ଘଟିଛି ବୋଲି ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି ପ୍ରକାଶ କରିଛନ୍ତି । ସ୍ୱର୍ଗତ ସାମଲ ଜଣେ ଦକ୍ଷ ସଂଗଠକ ଥିଲେ । ତାଙ୍କ ବିୟୋଗରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା , କଟକ ଜିଲ୍ଲାପରିଷଦ ସଭାନେତ୍ରୀ ଜ୍ୟୋତିରେଖା ନାୟକ, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି , ଅଶୋକ ଭୂୟାଁ, ଶୁଭାଷିସ ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *